କାଠଯୋଡ଼ି ନଦୀ ପଠାରେ ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣା, ତଦନ୍ତ ପାଇଁ ଗଠନ ହୋଇଛି ଦୁଇଟି ଟିମ୍
କଟକ : କଟକ ପରମହଂସ କାଠଯୋଡ଼ି ନଦୀ ପଠାରେ ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ଦୁଇଟି ଟିମ୍। ରାଜ୍ୟର ସମସ୍ତ ଥାନାକୁ ମୃତ ମହିଳାଙ୍କ ଫଟୋ ଜାରି ହୋଇଛି। ମହିଳାଙ୍କ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିଛି ପୋଲିସ । ସେଥିରେ ଆଧାର ଲିଙ୍କ୍ ହୋଇଛି କି ନାହିଁ ସେନେଇ ଯାଞ୍ଚ ହେବ। ଏହି ପ୍ରକ୍ରିୟା ପରିଚୟ ମିଳିବାରେ ସାହାଯ୍ୟ କରିବ ।
ସାଇବର ଥାନାର ବୈଷୟିକ ସହାୟତା ନିଆଯାଉଛି। ଆଖ ପାଖ ଅଂଚଳର ସିସିଟିଭି ଯାଞ୍ଚ କରୁଛି ପୋଲିସ। ଜିଲ୍ଲା ତଥା ଜିଲ୍ଲା ବାହାରେ “ନିଉ ଷ୍ଟାର” ନାଁରେ ଥିବା ବିଭିନ୍ନ ଟେଲର ଦୋକାନ ଗୁଡ଼ିକୁ ଯାଇ ଯାଞ୍ଚ କରାଯାଉଛି। ବିଭିନ୍ନ ଥାନାରେ ମିସିଂ ରିପୋର୍ଟ ଗୁଡ଼ିକ ଉପରେ ନଜର ରଖିଛି କମିଶନରେଟ ପୋଲିସ। ହାତର ଚିତା କୁଟା ତଥ୍ୟକୁ ଆଧାର କରି ନିର୍ଦ୍ଦିଷ୍ଟ ଆଶ୍ରମକୁ ଯାଇ ମହିଳାଙ୍କ ସମ୍ପର୍କରେ ପଚରାଉଚରା କରାଯାଉଛି। ଦୁଷ୍କର୍ମ ହୋଇଛି କି ନାହିଁ ତାହା ମେଡ଼ିକାଲ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି କଟକ ଡିସିପି ଜଗମୋହନ ମୀନା।