ଏତିକି ବେଳକୁ କଣ ଅଟୋ ଖରାପ ହେବାର ଥିଲା ? ଧରାପଡ଼ିଗଲେ ଚୋର

ପିପିଲି (କେନ୍ୟୁଜ୍‌) : ରାତିରେ ଚୋର ଆସି ଦୋକାନରୁ ଜିନିଷ ଓ ଟଙ୍କା ଚୋରି କରି ନେଲେ । ହେଲେ ଚୋରି ଜିନିଷ ଧରି ଯାଇ ପାରିଲେ ନାହିଁ । ସେମାନଙ୍କ ଭାଗ୍ୟ ଖରାପ ଥିଲା । ଫଳରେ ଧରା ପଡ଼ି ଛେଚା ଖାଇଲେ । ଆସନ୍ତୁ ଜାଣିବା ପୂରା ଘଟଣା ।

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଆଳୋଇ ଗାଁର ବିଷ୍ଣୁ ସାହୁ ଘରେ ଶୋଇଥିବା ସମୟରେ ଗତ ରାତିରେ ତାଙ୍କ ତେଜରାତି ଦୋକାନରେ ଚୋର ପଶିଥିଲେ । ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଜିନିଷପତ୍ର ସହିତ ନଗଦ ୨୪୦୦ ଟଙ୍କା ଚୋରି କରି ନେଇଥିଲେ । ଚୋରି ଜିନିଷ ସବୁ ଧରି ସେମାନେ ସାଙ୍ଗରେ ଆଣିଥିବା ଏକ ଅଟୋରେ ବସିଗଲେ । ହେଲେ ସେମାନଙ୍କ ବେଳା ଖରାପ ଥିଲା । ଅଟୋଟି ଖରାପ ହୋଇଗଲା । ଆଉ ଚାଲିଲା ନାହିଁ । ଯେତେ ଷ୍ଟାର୍ଟ କଲେ ମଧ୍ୟ୍ୟ ଏହା ଆଗକୁ ଗଡ଼ିଲାନି ।

ଏପଟେ ଚୋରି ବିଷୟରେ ସ୍ଥାନୀୟ ଲୋକେ ଜାଣିଗଲେ ଆଉ ଦୁଇ ଚୋରଙ୍କୁ ଧରି ପକାଇଲେ । ତା ପରେ ସେମାନଙ୍କ ହାତ ଗୋଡ଼ ବାନ୍ଧି ନିର୍ଧୁମ ଛେଚିଲେ । ଖବର ପାଇଁ ବାଲିପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଧାରି ଥାନାକୁ ଆଣି ପଚରା ଉଚରା କରିଛି । ସେମାନଙ୍କ ଠାରୁ ଚୋରିରେ ବ୍ୟବହୃତ ଅଟୋ ଏବଂ ଚୋରି ସାମଗ୍ରୀ ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.