ସବ୍ ଇନସ୍ପେକ୍ଟରଙ୍କ ଘରୁ ଚୋରି କରିବା ପଡିଲା ମହଙ୍ଗା, ଚତୁରତାର ସହ ୨ ଚୋରଙ୍କୁ କାବୁ କଲେ ପଡୋଶୀ

କେନ୍ଦୁଝର: ମହଙ୍ଗା ପଡିଲା ପୋଲିସକୁ ଚ୍ୟାଲେଞ୍ଜ । ସବ ଇନସ୍ପେକ୍ଟରଙ୍କ ଘରେ ଚୋରି ସମୟରେ ୨ ଚୋର କାବୁ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ସବ ଇନସ୍ପେକ୍ଟର ଦୀନଦୟାଲ ମୋଦି ଛୁଟିରେ ଘରକୁ ଯାଇଛନ୍ତି ।

ଏହି ସମୟରେ ୨ ଚୋର ତାଙ୍କ ଭଡା ଘରେ ପଶି ଚୋରି ଉଦ୍ୟମ କରିଥିଲେ । ପଡୋଶୀଙ୍କ ୨ ଚୋରଙ୍କୁ କାବୁ କରିବା ସହ ଥାନାକୁ ଖବର ଦେଇଥିଲେ । ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ଫୁଲନଖରା ଓ ଯାଜପୁର ଅଞ୍ଚଳର ବୋଲି କହିଛନ୍ତି । ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.