ମାଲକାନଗିରି: ଦୁଇ ଟପ କ୍ୟାଡର ମାଓବାଦୀଙ୍କୁ ଗିରଫ କଲା ଦନ୍ତେୱାଡା ପୋଲିସ

ମାଲକାନଗିରି(କେ ନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ପୋଲିସକୁ ମିଳିଛି ବଡ଼ ସଫଳତା। ଦୁଇ ଟପ କ୍ୟାଡର ମାଓବାଦୀଙ୍କୁ ଗିରଫ କଲା ଦନ୍ତେୱାଡା ପୋଲିସ । ଏମାନଙ୍କ ନାଁ ରେ ୧୩ ଲକ୍ଷ୍ୟ ଟଙ୍କା ପୁରସ୍କାର ରଖିଥିଲେ ଛତିଶଗଡ଼ ସରକାର । ଗିରଫ ମାଓବାଦୀ ହେଲେ କଟେକଲ୍ୟାଣ ଏରିଆ କମ୍ମିଟି ଡେ଼ପୁଟି କମାଣ୍ଡର ଗୁଡି ମାଣ୍ଡୱବୀ । ତାଙ୍କୁ ଧରିବା ପାଇଁ ଛତିଶଗଡ଼ ସରକାର ୮ ଲକ୍ଷ୍ୟ ଟଙ୍କା ପୁରସ୍କାର ରଖିଥିଲେ । ଅନ୍ୟ ଜଣଙ୍କ ହେଲେ ଭିମା ମାଣ୍ଡୱବୀ । ସେ ମଧ୍ୟ କଟେକଲ୍ୟାଣ ଏରିଆ କମ୍ମିଟି ମାଓ ସଙ୍ଗଠନର କମାଣ୍ଡର ଭାବେ କାମ କରୁଥିଲେ । ତା ନାଁ ରେ ରହିଥିଲା ୫ ଲକ୍ଷ୍ୟ ଟଙ୍କା ପୁରସ୍କାର ।

ଏମାନେ ଦିର୍ଘ ବର୍ଷ ହେବ ମାଓ ସଙ୍ଗଠନରେ ରହି ଅନେକ ହିଂସାକାଣ୍ଡ କରି ଆତଙ୍କ ଖେଳାଉ ଥିଲେ।ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏକ ସ୍ୱତନ୍ତ୍ର ଟିମ ବଜେଜି ଭଳି ଦୁର୍ଗମ ଗାଁରେ ପହଁଞ୍ଚି ଦୁଇ ହାର୍ଡ କୋର ମାଓବାଦୀଙ୍କୁ ଠାବ କରି ଗିରଫ କରିବାରେ ପୋଲିସ ସଫଳ ହୋଇଛି ପୋଲିସ ।ତେବେ ଏହି ଦୁଇ ମାଓ ନେତାଙ୍କୁ ପୋଲିସ ଗିରଫ କଲାପରେ ନିଶ୍ଚିତ ଭାବେ ମାଓ ସଙ୍ଗଠନକୁ ଏକ ବଡ଼ ଝଟକା ହୋଇଥିବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.