ଜଳେଶ୍ୱର: ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ଦୁଇ ପର୍ଯ୍ୟଟକ
ଜଳେଶ୍ୱର(କେ ନ୍ୟୁଜ): ସମୁଦ୍ରରେ ଗାଧୋଉ ଥିବା ବେଳେ ଭାସିଗଲେ ଦୁଇ ପର୍ଯ୍ୟଟକ । ଆଜି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ସୁବର୍ଣ୍ଣପୁର ଦୀପ ତାଳସାରୀ ମୁହାଣରେ ଏହି ଅଘଟଣ ଘଟିଛି ।
ଭାସି ଯାଇଥିବା ଦୁଇ ଜଣ ବ୍ୟକ୍ତି ପଶ୍ଚିମବଙ୍ଗର ମୂଳ ବାସିନ୍ଦା ବୋଲି ଜଣାଯାଇଛି । ସୂଚନା ମୁତାବକ ଏହି ଦୁଇ ଜଣ ଆଉ ତିନି ଜଣ ସାଙ୍ଗଙ୍କ ସହିତ ଆଜି ମଧ୍ୟାହ୍ନ ସମୟରେ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉ ଥିବାବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗଭୀର ପାଣିରେ ଭାସି ଯାଇଥିଲେ। ସୂଚନା ପାଇ ସମୁଦ୍ର କୂଳ ଥାନା ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।