ସୁନ୍ଦରୀକୁ କାବୁ କରିବା ନେଇ ଚିନ୍ତାରେ ବନବିଭାଗ, ଆସନ୍ତାକାଲି ମଧ୍ୟପ୍ରଦେଶରୁ ଆସୁଛନ୍ତି ୨ ଜଣ ଟ୍ରାଙ୍କୁଲାଇଜିଂ ଏକ୍ସପର୍ଟ

ଅନୁଗୁଳ(କେନ୍ଯୁଜ୍) : ଏଥର ଧରା ପଡ଼ିବ କି ସୁନ୍ଦରୀ ? ବାଘୁଣୀକୁ କାବୁ କରିବାକୁ ଆସୁଛନ୍ତି ମଧ୍ୟପ୍ରଦେଶର ୨ ଜଣ ଟ୍ରାଙ୍କୁଲାଇଜିଂ ଏକ୍ସପର୍ଟ । ଆସନ୍ତାକାଲି ଏହି ଟିମ୍ ଆସି ସାତକୋଶିଆରେ ପହଞ୍ଚିବ । କାହ୍ନା ଓ ପେଞ୍ଚ ବ୍ୟାଘ୍ର ଅଭୟାରଣ୍ୟରୁ ଦୁଇ ଜଣିଆ ବିଶେଷଜ୍ଞ ସନ୍ଦୀପ ଅଗ୍ରଓ୍ଵାଲ ଓ ଅଖିଳେଶ ମିଶ୍ର ପହଞ୍ଚିବେ । ସେହିପରି ବାଘୁଣୀକୁ କାବୁ କରିବା ପାଇଁ ସୁନାବେଡ଼ାରୁ ଏକ ଜନ୍ତା ଆସି ପହଞ୍ଚିଛି। ବର୍ତ୍ତମାନ ବାଘୁଣୀ ବାଘମୁଣ୍ଡା ଜଙ୍ଗଲର ଅସନାବାହାଳ ଗାଁ ନିକଟରେ ରହିଥିବା ଜଣାପଡ଼ିଛି । ଆଜି ଷଷ୍ଠ ଦିନରେ ବାଘୁଣୀକୁ କାବୁ କରିବାର ସପ୍ତମ ପର୍ଯ୍ଯାୟ ଅଭିଯାନ ଆରମ୍ଭ ହେବ । ବାଘୁଣୀକୁ କାବୁ କରିବା ନେଇ ଚିନ୍ତାରେ ପଡିଛି ବନବିଭାଗ । ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଅଭୟାରଣ୍ୟରେ ଉଦ୍ୟମ ଜାରି ରଖିଛନ୍ତି ବିଶେଷଜ୍ଞ ଟିମ୍ । ବାରମ୍ବାର ଫେଲ୍ ମାରୁଛି ମିଶନ୍ ।