ଦୁଇଟି ଟ୍ରକ୍ ମୁହାମୁହିଁ ଧକ୍କା: ୨ମୃତ, ୨ଗୁରୁତର

ନୂଆପଡ଼ା(କେନ୍ୟୁଜ୍): ଦୁଇଟି ଟ୍ରକ୍ ମୁହାମୁହିଁ ଟକ୍କର। ୨ମୃତ, ୨ଗୁରୁତର। ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ୩୫୩ ଜାତୀୟ ରାଜପଥର ତରବୋଡ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଯାହାଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି ।

ମୃତାହତଙ୍କ ପରିଚୟ ଏଯାଏ ଜଣାପଡ଼ିନାହିଁ। ୨ ଗୁରୁତର ଆହତଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ କୋମନା ପୋଲିସ ପହଞ୍ଚି କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.