ଆଠମଲ୍ଲିକ(କେନ୍ୟୁଜ୍) : ତାଳଚେର-ସମ୍ବଲପୁର ରେଳପଥର ବଇଣ୍ଡା ରେଳ ଧାରଣା ନିକଟରେ ଆଜି ୨ ଟି ମୃତ ଦେହକୁ ରେଳବାଇ ପୋଲିସ ଜବତ କରିଛି । ପୋଲିସ ତଦନ୍ତ ଜାରି ରହିଛି ।
ସୂଚନାନୁଯାୟୀ, ଆଠମଲ୍ଲିକ ଉପଖଣ୍ଡ ମଧ୍ୟ ଦେଇ ଯାଇଥିବା ତାଳଚେର ସମ୍ବଲପୁର ରେଳପଥ ର ବଇଣ୍ଡା ରେଳଷ୍ଟେସନ ନିକଟସ୍ଥ ଜାମୁନାଳି ରେଳ ଧାରଣା ନିକଟରେ ଆଜି ଜଣେ ଯୁବକ ଓ ମହିଳାଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା । କେଉଁ କାରଣରୁ ଏପରି ଘଟିଥିବା ଜଣା ପଡ଼ିନଥିଲେ ମଧ୍ୟ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି ।
ଉଭୟ ମୃତକଙ୍କ ପରିଚୟ ମିଳିନାହିଁ । ତେବେ ମିଳିଥିବା ସୂଚନା ଅନୁଯାୟୀ ଯୁବକ ଜଣକ ଠାକୁରଗଡ଼ ଥାନା ଅଂଚଳର ପାଇକସାହି ଓ ମହିଳା ଜଣକ କନ୍ତପଡ଼ା ଗ୍ରାମର ବୋଲି ଅନୁମାନ କରାଯାଉଛି । ଏ ସଂକ୍ରାନ୍ତ ରେ ରେଳବାଇ ପୋଲିସ ତଦନ୍ତ କରୁଥିବା ଜଣାଯାଇଛି ।