ଗୋଟିଏ ରେଜିଷ୍ଟ୍ରେସନ ନମ୍ବରରେ ଦୁଇଟି ଗାଡି: ଗୋଟିଏ ବାଇକ୍ ଅନ୍ୟଟି ଟ୍ରକ୍, ଦୀର୍ଘ ୧୫ ବର୍ଷ ହେଲା ଏଭଳି ଚାଲୁଥିଲେ ବି ପରିବହନ ବିଭାଗ ପାଖରେ ଖବର ନାହିଁ

ଢେଙ୍କାନାଳ: ଗୋଟିଏ ରେଜିଷ୍ଟ୍ରେସନ ନମ୍ବରରେ ଦୁଇଟି ଗାଡି । ଗୋଟିଏ ବାଇକ ଅନ୍ୟଟି ଟ୍ରକ । ଦୀର୍ଘ ୧୫ ବର୍ଷ ହେଲା ଏଭଳି ଚାଲୁଥିଲେ ବି ପରିବହନ ବିଭାଗ ପାଖରେ ଖବର ନାହିଁ । ଢେଙ୍କାନାଳ ରାଧାକୃଷ୍ଣ ବଜାରର କବିଚନ୍ଦ୍ର ବେହେରା ଆଣିଛନ୍ତି ଏଭଳି ଅଭିଯୋଗ। ୨୦୦୫ ମସିହାରେ ଏକ ମୋଟର ସାଇକେଲ କିଣିଥିଲେ କବିଚନ୍ଦ୍ର । ଏହା ଢେଙ୍କାନାଳ ଆଞ୍ଚଳିକ କାର୍ଯ୍ୟାଳରେ OR06F- 7251 ନମ୍ବରରେ ପଞ୍ଜିକୃତ ହୋଇଥିଲା।

ଗତ ବର୍ଷ ଫେବୃୟାରୀରେ ପଞ୍ଜିକରଣର ନବୀକରଣ ପାଇଁ ଢେଙ୍କାନାଳ ଆରଟିଓକୁ ଯାଇଥିବା ବେଳେ ସେହି ନମ୍ବରରେ ଏକ ଟ୍ରକ ପଞ୍ଜିକରଣ ହୋଇଥିବାରୁ ତାଙ୍କ ମୋଟର ସାଇକେଲ ପଞ୍ଜିକରଣ ନବୀକରଣ ହୋଇ ପାରିନଥିଲା। ଛତିଶଗଡ ଜଗଦଲପୁରରେ ଏକ ଟ୍ରକ ସମାନ ନମ୍ବରରେ ପଞ୍ଜିକୃତ ହୋଇଥିବା ଜଣାପଡିଛି । ଗୋଟିଏ ନମ୍ବରରେ କିପରି ୨ଟି ଗାଡ଼ିର ପଞ୍ଜିକରଣ ହୋଇଛି ସେନେଇ ପରିବହନ ବିଭାଗ କୌଣସି ଉତ୍ତର ଦେଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.