ଧିକ ଏଭଳି ସାମ୍ୱାଦିକଙ୍କୁ ? ଶିକ୍ଷକଙ୍କୁ ଟଙ୍କା ମାଗିବା ପଡିଲା ମହଙ୍ଗା, ଦୁଇ ୱେବ ସାମ୍ବାଦିକ ଗିରଫ

ଉମରକୋଟ (କେନ୍ଯୁଜ୍): ଶିକ୍ଷକଙ୍କୁ ଟଙ୍କା ମାଗିବା ଅଭିଯୋଗରେ ଦୁଇ ୱେବ ସାମ୍ବାଦିକ ଗିରଫ, ଜଣେ ଫେରାର । ଉମରକୋଟ ବ୍ଲକ ନାୟକଗୁଡା ସ୍କୁଲ ପ୍ରଧାନ ଶିକ୍ଷକ ଭକ୍ତ ନାୟକଙ୍କୁ ଧମକ ଚମକ ଦେଇ ବଟି ମାଗିଥିବା ଅଭିଯୋଗ ହୋଇଛି । ଫୋକସ୍‌ ନ୍ୟୁଜ େଓ୍ଵବ ଚ୍ୟାନେଲର ସାମ୍ବାଦିକ ଜିତେନ୍ଦ୍ର ଦାସ, ନ୍ୟୁଜ-୬ର ଶଙ୍କର ତୁର୍କଙ୍କୁ ଗିରଫ କରିଛି ପୋଲିସ । ଯୁବଶକ୍ତିର ସାମ୍ବାଦିକ ନିଗମ କୁମାର ସାହୁ ଫେରାର ଥିବା ସୂଚନା ମିଳିଛି । ଏହି ୩ ଜଣଙ୍କ ସହ ଜଣେ ଛାତ୍ରର ଅଭିଭାବକଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି।

ଅଭିଯୋଗ ଅନୁଯାୟୀ, ଗାଁର କମଳ ରଞ୍ଜରାଙ୍କ ପୁଅ ଅନ୍ୟ ଏକ ସ୍କୁଲର ଛାତ୍ର । ସେ ନାୟକଗୁଡା ସ୍କୁଲରେ ପ୍ରବେଶ କରିବାରୁ ସହକାରୀ ଶିକ୍ଷକ ତାଙ୍କୁ ଫେରିଯିବାକୁ କହିଥିଲେ । ପରେ ଛାତ୍ରର ବାପା ସ୍କୁଲରେ ପହଂଚି ଶିକ୍ଷକଙ୍କୁ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଗଣମାଧ୍ୟମ ଡକାଇ ଖବର ପ୍ରସାରଣ କରିବାକୁ ଧମକ ଦେଇଥିଲେ । ତା ପରଦିନ ୩ ସାମ୍ବାଦିକ ପ୍ରଧାନଶିକ୍ଷକଙ୍କୁ ସ୍କୁଲକୁ ଡକାଇ କାଗଜପତ୍ର ଯାଞ୍ଚ କରିବା ସହ ୫୦ ହଜାର ଟଙ୍କା ମାଗିଥିଲେ । ପ୍ରଧାନଶିକ୍ଷକ ଭୟଭୀତ ହୋଇ ପ୍ରଥମେ ୩୦ ହଜାର ଦେଇଥିଲେ । ପରେ ପୁଣି ୫ ହଜାର ଟଙ୍କା ଦେଇଛନ୍ତି। ସାମ୍ବାଦିକମାନେ ଆହୁରି ଟଙ୍କା ଦାବି କରିବାରୁ ପ୍ରଧାନଶିକ୍ଷକ ଉମରକୋଟ ଥାନାରେ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.