କନ୍ଧମାଳ ନିଲୁଙ୍ଗିଆ ଠାରେ ସ୍କୁଟି ଏବଂ ପଲସର ବାଇକ୍ ମୁହାଁମୁହିଁ ଧକ୍କା: ଆଖିବୁଜିଲେ ଲିଙ୍ଗାଗଡ଼ ସ୍କୁଲର ଜଣେ ଶିକ୍ଷୟିତ୍ରୀ ଓ କ୍ଳର୍କ

ରାଇକିଆ(କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଅନ୍ତର୍ଗତ ନିଲୁଙ୍ଗିଆ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟି ଏବଂ ପଲସର ବାଇକ୍ ମୁହାଁମୁହିଁ ଧକ୍କାରେ ଲିଙ୍ଗାଗଡ଼ ସ୍କୁଲର ଜଣେ ଶିକ୍ଷୟିତ୍ରୀ ଓ ଜଣେ କ୍ଳର୍କଙ୍କର ମୃତ୍ୟୁ ଘଟିଛି । ସୁଚନା ଅନୁଯାୟୀ ଦୁଇ ଜଣ ମହିଳା ଶିକ୍ଷୟିତ୍ରୀ ଏବଂ କ୍ଳର୍କ ଜି ଉଦୟଗିରିରୁ ଲିଙ୍ଗାଗଡ଼ ସ୍କୁଲକୁ ସ୍କୁଟି ଦ୍ଵାରା ଯାଉଥିବା ବେଳେ ଅପରପାର୍ଶ୍ଵରୁ ଏକ ପୋଲସର ବାଇକ୍ ମୁହାଁମୁହିଁ ଧକ୍କା ଦେଇଥିଲା ।

ଯାହାଫଳରେ ଘଟଣାସ୍ଥଳରେ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଦୁଇ ଜଣ ହେଲେ ଜି ଉଦୟଗିରିର ପ୍ରଦିପ୍ରା ସାହୁ (୩୪), ଆଉ ଜଣେ ହେଲେ ବିମଳା ପ୍ରଧାନ (୪୦) । ଖବର ପାଇ ଘଟଣାସ୍ଥଳରେ ଜି ଉଦୟଗିରି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.