ଅଧାବାଟରୁ ଚାଲିଗଲା ଜୀବନ, ଟ୍ରେନ୍ ରୁ ଖସି ଦୁଇ ମହିଳାଙ୍କ ମୃତ୍ୟୁ
ବ୍ରହ୍ମପୁର : ରାଲିରେ ଯୋଗ ଦେବାକୁ ଭୁବନେଶ୍ବର ଆସୁଥିଲେ । ହେଲେ ଅଧାବାଟରୁ ଚାଲିଗଲା ଜୀବନ । ବ୍ରହ୍ମପୁର ଚିକିଟି ବ୍ଲକ୍ ସୋରଳ ରେଳ ଷ୍ଟେସନରେ ଅଘଟଣ । ଟ୍ରେନ୍ ରୁ ଖସି ଦୁଇ ମହିଳାଙ୍କ ମୃତ୍ୟୁ । ଟ୍ରେନରେ ଚଢ଼ୁଥିବା ବେଳେ ଭାରସାମ୍ୟ ହରାଇ ଖସି ପଡ଼ିଲେ ଦୁଇ ମହିଳା । ମୃତକ ମାନେ ହେଲେ ଜଗନ୍ନାଥପୁର ଗାଁର ପାର୍ବତୀ ଗୌଡ଼, ଝୁନୁ ଗୌଡ । ଉଭୟ ମହିଳା ଜଗନ୍ନାଥପୁର ସ୍କୁଲର ପାଚିକା ସହାୟିକା ଭାବେ କାର୍ଯ୍ୟ କରୁଥିଲେ । ପରିବାର, ଗ୍ରାମବାସୀ ଏବଂ RPF ଙ୍କ ସହଯୋଗରେ ମୃତଦେହ ଉଦ୍ଧାର କରାଯାଇଛି । ଏମାନେ ପାଚିକା ସହାୟିକାଙ୍କ ରାଲିରେ ବାହାରିଥିଲେ ଭୁବନେଶ୍ୱର।