ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ସମ୍ବଲପୁର (କେନ୍ୟୁଜ): ବୁର୍ଲା ଥାନା ଗୋଡଭଗାଠାରେ ଜାତୀୟ ରାଜପଥ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ ଧକ୍କାରେ ବାଇକରେ ଥିବା ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ଦ୍ବୟ ହେଲେ ଭେଡେନ ଥାନା ଅଂଚଳର ସୁରେନ୍ଦ୍ର ଗରିଆଙ୍କ ସ୍ତ୍ରୀ ଅନିତା ଓ ସୁରେନ୍ଦ୍ରଙ୍କ ଖୁଡି ମିଥିଲା ଗରିଆ ।

ଆଜି ଦିନ ପ୍ରାୟ ୧୧ଟା ସମୟରେ ସୁରେନ୍ଦ୍ର ବାଇକ୍‌ରେ ତାଙ୍କ ସ୍ତ୍ରୀ ଲଳିତା ଓ ସମ୍ପର୍କୀୟ ମିଥିଳାଙ୍କୁ ନେଇ ବୁର୍ଲା ବଡ଼ ଡାକ୍ତରଖାନା ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ବାଇକ୍‌କୁ ଧକ୍କା ଦେଇଥିଲା। ଟ୍ରକ୍ ଧକ୍କା ଦେବା ପରେ ଲଳିତା ଓ ମିଥିଳା ଛିଟିକି ପଡ଼ିଥିଲେ। ସେମାନଙ୍କ ଉପରେ ଟ୍ରକ୍‌ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ସୁରେନ୍ଦ୍ର ସାମାନ୍ୟ ଆହତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.