ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ମହିଳା, ଭାସୁଥିବା ଶବକୁ ଉଦ୍ଧାର କଲେ ଗ୍ରାମବାସୀ

ବାରିପଦା (କେନ୍ୟୁଜ) : ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ିଯାଇ ଦୁଇ ମହିଳାଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ମରଡ଼ା ଥାନା ମୁକୁନ୍ଦ ଗାଁ ରେ । ସୂଚନା ଅନୁଯାୟୀ ଆଜି ଦିନବେଳେ ମୁକୁନ୍ଦ ଗ୍ରାମର ହାଂସଦେ ଓ ସଲଗେ ହାଂସଦେ ନାମକ ଦୁଇ ଜଣ ମହିଳା ଗାଧୋଇବାକୁ ଯାଇ ପାଣିରେ ବୁଡି ଯାଇଥିଲେ ।

Andhra Pradesh Lockdown: Youth ends life after cops seize cycle ...

ପରେ ଗ୍ରାମବାସୀ ତାଙ୍କ ପାଣିରେ ଭାସୁଥିବା ଦେଖି ଦୁହିଁଙ୍କୁ ଉଦ୍ଧାର କରି ଚିକିତ୍ସାଳୟ ପଠାଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମରଡ଼ା ପୋଲିସ ଦୁହିଁଙ୍କ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।