ଆମ୍ବ ଟାକୁଆ ଜାଉ ଖାଇ ଜଣ୍ଡିସ୍, ଲିଭର ସମସ୍ୟା ଓ ଜ୍ବରରେ ପୀଡ଼ିତ ଦୁଇ ମହିଳା, ଏସସିବିକୁ ସ୍ଥାନାନ୍ତର

କଟକ : ଆମ୍ବ ଟାକୁଆ କୋଇଲିରେ ପ୍ରସ୍ତୁତ ଜାଉ ଖାଇ ଗୁରୁତର ହୋଇଥିବା ଦୁଇ ଜଣ ମହିଳାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଦୁଇ ଗୁରୁତର ହେଲେ ଟୁନି ମାଝୀ ଓ ଜିତା ମାଝୀ । ଏସସିବି ମେଡିସିନ ଆଇସିୟୁରେ ଉଭୟଙ୍କର ଚିକିତ୍ସା ଚାଲିଛି । ମେଡିସିନ, ହେପାଟୋଲୋଜି, କ୍ରିଟିକାଲ କେୟାର ଡାକ୍ତର କରୁଛନ୍ତି ଚିକିତ୍ସା । ସେମାନେ ଜଣ୍ଡିସ, ଲିଭର ସମସ୍ୟା, ଜ୍ୱରରେ ଆକ୍ରାନ୍ତ ଅଛନ୍ତି । ରୁଟିନ୍ ରକ୍ତ ପରୀକ୍ଷା କରାଯାଇଛି । ଅନ୍ୟାନ୍ୟ ରିପୋର୍ଟ ସଂଧ୍ୟା ସୁଦ୍ଧା ଆସିଯିବ।

ଏନେଇ ସୂଚନା ଦେଇଛନ୍ତି କଟକ ବଡ଼ ମେଡିକାଲ କଲେଜର ମେଡିସିନ ବିଭାଗ ଡାକ୍ତର ଜୟନ୍ତ ପଣ୍ଡା ଓ ହେପାଟୋଲୋଜି ବିଭାଗ ଡାକ୍ତର ସୁଶାନ୍ତ କୁମାର ଜେନା । ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର MKCG ରୁ SCB କୁ ସ୍ଥାନାନ୍ତର ହୋଇଥିଲେ ଉଭୟ ।  ତେବେ MKCG ୱାର୍ଡରେ ଥିବା ଅନ୍ୟ ୪ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେମାନେ ଖିଆପିଆ ଆରମ୍ଭ କରିଥିବା କହିଛନ୍ତି ମେଡିକାଲ ସୁପେରିଣ୍ଟେଣ୍ଡେଣ୍ଟ ପ୍ରଫେସର ସୁଚିତ୍ରା ଦାସ । କନ୍ଧମାଳ ଜିଲ୍ଲା ଦାରଙ୍ଗିବାଡ଼ି ମଣ୍ଡପଙ୍କାରେ ଆମ୍ବ ଟାକୁଆ କୋଇଲି ଜାଉ ଖାଇ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଥିଲେ ।  ଦୁଇ ମୃତ ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିନାହିଁ ।

You might also like