କୋରାପୁଟ-ରାୟଗଡା ରେଳ ଲାଇନ୍ ଦୋହରିକରଣ ବେଳେ ଅଘଟଣ, ମାଟି ଧସି ଦୁଇ ଶ୍ରମିକ ମୃତ

କୋରାପୁଟ (କେନ୍ୟୁଜ): କୋରାପୁଟରେ ଅଘଟଣ । କୋରାପୁଟ_ରାୟଗଡା ରେଳ ପଥ ଦୋହିରିକରଣ କାମ ଚାଲୁରହିଥିବା ବେଳେ ଦୁର୍ଘଟଣା । ଟନେଲରୁ ମାଟି ଧସି ୨ ଜଣକର ମୃତ୍ୟୁ । କେଲାର ଗ୍ରାମ ନିକଟରେ ଥିବା ଦୁଇ ନମ୍ବର ଟନେଲ୍‌ ଠାରେ କାମ କରୁଥୁବାବେଳେ ମାଟି ଧସି ଦୁଇ ଶ୍ରମିକଙ୍କ ଟଣା ସ୍ଥଳରେ ମୃତ ଘଟିଛି। ଜଣଙ୍କର ଘର ଲକ୍ଷ୍ମୀପୁର ବୁର୍ଜା ଗ୍ରାମର ରବି ପ୍ରିପେକା ହେଇଥିବା ବେଳେ ଅନ୍ଯ ଜଣକ ଆସାମ ରାଜ୍ଯର ବୋଲି ସୂଚନା ମିଳିଛି। ସେହି ଦୁଇ ମୃତ ଦେହକୁ ଲକ୍ଷ୍ମୀପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖା ଯାଇଛି। ହସପିଟାଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ଲକ୍ଷ୍ମୀପୁର ପୁଲିସ ଉପସ୍ଥିତ ରହିଛି।

 

Leave A Reply

Your email address will not be published.