ଛେଳି ଚୋରି କରୁଥିବାବେଳେ ଧରାପଡିଲେ ଦୁଇ ଯୁବକ, କଙ୍ଗାରୁ କୋର୍ଟରେ ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ

ଘଟଗାଁ: ଛେଳି ଚୋରି କରୁଥିବାବେଳେ ଧରାପଡିଲେ ଦୁଇ ଯୁବକ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କାଶୀପୁର ଗାଁରେ ଘଟିଛି ଏହି ଘଟଣା । ତେବେ ଛେଳି ଚୋରଙ୍କୁ କାବୁ କରିବା ପରେ ଦୁହିଁଙ୍କୁ କଙ୍ଗାରୁ କୋର୍ଟରେ ଦଣ୍ଡ ଦିଆଯାଇଛି । ଉତ୍ତମ ମଧ୍ୟମ ଦେଇଛନ୍ତି ଗ୍ରାମବାସୀ ।

ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଛେଳି ଚୋରି କରିବାକୁ ଉଦ୍ୟମ କରୁଥିବାବେଳେ ଗାଁଲୋକେ ଏମାନଙ୍କୁ କାବୁ କରିନେଇଥିଲେ । ଏହାପରେ ଟ୍ରାଫିକ ପୋଷ୍ଟରେ ବାନ୍ଧି ନିର୍ଦ୍ଧୁମ ଛେଚିଥିଲେ । ହାତ ବାନ୍ଧି ରାସ୍ତାରେ ଚଲାଇ ଚଲାଇ ବୁଲାଇଥିଲେ। ତେବେ ଚୋରି କରିବାକୁ ଆସିଥିବା ଯୁବକ ମାନଙ୍କ ଭିତରୁ ୨ ଜଣ ଧରାପଡିଥିବାବେଳେ ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି । ପୂର୍ବରୁ ଏହି ଅଞ୍ଚଳରେ ଅନେକ ଛେଳି ଚୋରି ହୋଇଥିବା ଗ୍ରାମବାସୀ କହିଛନ୍ତି ।

 

Leave A Reply

Your email address will not be published.