ତରକେରା ଡ୍ୟାମରେ ଗାଧୋଇବାକୁ ଯାଇ ବୁଡିଗଲେ ଦୁଇ ଯୁବକ, ମୃତଦେହ ଉଦ୍ଧାର
ରାଉରକେଲା ତରକେରା ଡ୍ୟାମରେ ଘଟିଯାଇଛି ଅଘଟଣ । ଗାଧୋଇବାକୁ ଯାଇ ଦୁଇ ଯୁବକଙ୍କ ଘଟିଯାଇଛି ମୃତ୍ୟୁ।
ରାଉରକେଲା : ରାଉରକେଲା ତରକେରା ଡ୍ୟାମରେ ଘଟିଯାଇଛି ଅଘଟଣ । ଗାଧୋଇବାକୁ ଯାଇ ଦୁଇ ଯୁବକଙ୍କ ଘଟିଯାଇଛି ମୃତ୍ୟୁ। ରାଉରକେଲା ଡ୍ୟାମରେ ଗାଧୋଇବାକୁ ଯାଇଥିଲେ । ଜଣେ ଯୁବକକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ବୁଡି ଯାଇଥିବା ଦୁଇ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ।
ଫାୟାର ଏବଂ ଓଡ୍ରାଫ ଟିମ୍ ତାଙ୍କ ଶବ ନଦୀ ମଧ୍ୟରୁ ଉଦ୍ଧାର କରିଛନ୍ତି । ତେବେ ଆଜି ପ୍ରାୟ ତିନିଟା ବେଳକୁ ତିନି ଜଣ ସାଙ୍ଗ ଗାଧୋଇବାକୁ ଯାଇଥଲେ। ଏବଂ ତରକେର ଡ୍ୟାମରେ ଦୁଇ ସାଙ୍ଗ ପାଣିରେ ଗାଧୋଉଥିବା ବେଳେ ଜଣେ ଯୁବକ ଭିଡ଼ିଓ କରିଥିଲେ। ଏବଂ ଭିଡ଼ିଓ କରିବାକୁ ଯାଇ ନଦୀରେ ବୁଡି ଯାଇଥିଲେ । ମୃତ ଯୁବକ ଦ୍ବୟ ହେଲେ ଛେଣ୍ଡ କଲୋନୀର ଜରିବ ଖାନ (20) ଏବଂ ଡେଲି ମାର୍କେଟ ଲାଲ ବିଲ୍ଡିଂ ରାଜ କୁମାର ମହତୋ (20) । ଘଟଣା ସ୍ଥଳରେ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ନାୟକ ପହଂଚିଛନ୍ତି ।