ରାଜଧାନୀରେ ଦୁଇ ଯୁବକଙ୍କୁ ଛୁରାମାଡ଼ ଅଭିଯୋଗ, ଆହତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର : ରାଜଧାନୀରେ ଦୁଇ ଯୁବକଙ୍କୁ ଛୁରାମାଡ଼ ଅଭିଯୋଗ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁବନେଶ୍ବର ଭରତପୁରରେ ଦୁଇ ଯୁବକଙ୍କୁ ଛୁରାମାଡ଼ ହୋଇଛି । ଆହତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ଷ୍ଟାଟସ ଦେବାକୁ ନେଇ ହୋଇଥିଲା ଗଣ୍ଡଗୋଳ ହୋଇଥିଲା । ଆଜି ଘଟଣାର ସମାଧାନ କରିବା ପାଇଁ ଗୋଟିଏ ଗୋଷ୍ଠୀକୁ ଡାକିଥିଲା ଆଉ ଏକ ଗୋଷ୍ଠୀ । ସମାଧାନ ବେଳେ ପୁଣି ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ବଢ଼ିବାରୁ ଦୁଇ ଜଣଙ୍କୁ ଛୁରା ମାଡ଼ କରି ଫେରାର ହୋଇଯାଇଛନ୍ତି ଅପର ଗୋଷ୍ଠୀ ।