ବନ୍ଧୁକ ପାଇଁ ବନ୍ଧୁକୁ ହତ୍ୟା କଲା ବନ୍ଧୁ, ଦୁଇ ଯୁବକ ଗିରଫ

ସୋର : ବନ୍ଧୁ ଥିଲେ ,ସାଙ୍ଗ ହୋଇ ଵୁଲୁଥିଲେ ସୁଖଦୁଃଖ ବାଣ୍ଟୁଥିଲେ । ହେଲେ ବନ୍ଧୁକ ପାଇଁ ବନ୍ଧୁକୁ ହତ୍ୟା କଲା ବନ୍ଧୁ । ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ଅଞ୍ଚଳରେ। ବନ୍ଧୁକ କିଣାବିକାକୁ ନେଇ ଘଟିଛି ହତ୍ୟାକାଣ୍ଡ l ସୂଚନା ଅନୁସାରେ ଦୁଇ ଜଣ ଯୁବକ ବନ୍ଧୁକ କିଣିବା ପାଇଁ ରବିନାରାୟଣଙ୍କୁ ଅଗ୍ରିମ ଟଙ୍କା ଦେଇଥିଲେ । ତେବେ ରବିନାରାୟଣ ବନ୍ଧୁକ ଦେଇନଥିଲେ କି ଟଙ୍କା ଫେରସ୍ତ କରିନଥିଲେ l
ରବିନାରାୟଣ ଟଙ୍କା ନଦେବାରୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଦୁଇ ଯୁବକଙ୍କୁ ଗିରଫ କରିଛି ସୋର ପୋଲିସ l ଗତକାଲି ରାତିରେ ୧୬ନଂ ଜାତୀୟ ରାଜପଥ ତଳନଗର ବ୍ରିଜ ନିକଟରେ ପୁରୀ ଟାଉନ ଗୁଣ୍ଡିଚା ମନ୍ଦିର ଅଂଚଳରୁ ରବିନାରାୟଣ ମୃତଦେହକୁ ପୋଲିସ ଉଦ୍ଧାର କରିଛି । ବନ୍ଧୁକ କାରବାରକୁ ନେଇ ଏଭଳି ଘଟଣା ଘଟିଥିବା ବାଲେଶ୍ୱର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି l