ହୋଲିରେ ଅଘଟଣ, ଇଲେକ୍ଟ୍ରି ଖୁଣ୍ଟରେ ଧକ୍କା ହୋଇ ଦୁଇ ଯୁବକ ମୃତ

ନରସିଂହପୁର : ହୋଲିରେ ଅଘଟଣ । ଭାରସାମ୍ୟ ହରାଇ ଇଲେକ୍ଟ୍ରି ଖୁଣ୍ଟରେ ଧକ୍କା ହୋଇ ଦୁଇ ଯୁବକ ମୃତ । ହୋଲି ଖେଳି ଫେରୁଥିବା ବେଳେ କଟକ ଜିଲ୍ଲା ନରସିଂହପୁର ଥାନା ସୀତାରାମପୁରଠାରେ ଏହି ଦୁର୍ଘଟଣା ଘଟିଛି । ଦୁଇ ଜଣ ହେଉଛନ୍ତି ସରଧାପୁର ପଞ୍ଚାୟତର ବୋଲି ଜଣାପଡ଼ିଛି । ଦୁଇ ଜଣ ହେଲେ ସରଧାପୁର ପଞ୍ଚାୟତର କୃଷ୍ଣ ପ୍ରସାଦ ଗ୍ରାମର ଅଭିମନ୍ୟୁ ଅମାନ୍ତ (୨୨) ଓ ଜଗନ୍ନାଥପ୍ରସାଦର ଆସିଶ ବେହେରା (୨୨) । ଦୁଇ ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଓ ଅନ୍ୟ ଜଣେ ହାତୀବାରୀ ଗ୍ରାମର ବିକାଶ ବେହେରା (୧୮) ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ନରସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି ।