ଇଲିଟି ଫାଉଣ୍ଡେସନ ଶିଶୁ ଶିକ୍ଷାନୁଷ୍ଠାନର ୧୦ମ ଗ୍ରୀଷ୍ମ ଶିବିର ଉଡାନ-୨

ଭୁବନେଶ୍ୱର ମହାନଗର ଟଙ୍କପାଣି ସ୍ଥିତ ପାଣ୍ଡବନଗରରେ ଥିବା ଇଲିଟି ଓୟାଣ୍ଡର ଇୟାର ଓ ହେଲୋକିଡ୍ସ ଖେଳ ବିଦ୍ୟାଳୟରେ ଶିଶୁମାନଙ୍କର ଗ୍ରୀଷ୍ମ ଶିବିର ଉଡାଣ – ୨ ଅନୁଷ୍ଠିତ ହୋଇଯାଇଛି । ମେ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିର ୨୬ ତାରିଖରେ ଶେଷ ହୋଇଥିଲା । ଏହି ଶିବିରକୁ ନେଇ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ପିଲାମାନଙ୍କ ମନରେ ବହୁ ଆଗ୍ରହ ଓ ଉନ୍ମାଦନା ଦେଖିବାକୁ ମିଳିଥିଲା ।
ଏହି ଶିବିରରେ ସାଇ ଇଣ୍ଟର ନାସନାଲ,ଡିଏଭି ପବ୍ଲିକ ସ୍କୁଲ,ଜାଭିୟର୍ସ ଓ ବିଜେଇମ୍ ସ୍କୁଲଗୁଡିକର ପିଲାମାନେ ଯୋଗ ଦେଇଥିଲେ। କ୍ୟାମ୍ପରେ ପିଲାମାନଙ୍କୁ ନୃତ୍ୟ, ସଙ୍ଗୀତ, ଯୋଗ, ଶ୍ଳୋକ, ମନ୍ତ୍ର , ଚିତ୍ରାଙ୍କନ, ହସ୍ତକଳା,ସ୍କେଟିଂ, ସନ୍ତରଣ, ଡ୍ରାମା, ପବ୍ଲିକ୍ ସ୍ପିକିଙ୍ଗ ଓ ଫାୟାର ଫ୍ରି କୁକିଙ୍ଗ ପ୍ରଭୁତି ବିଭିନ୍ନ ପ୍ରକାର ଶିକ୍ଷା ପ୍ରଦାନ କରାଯାଇଥିଲା ।
ଏହାଦ୍ୱାରା ପିଲାମାନଙ୍କର ଶାରୀରିକ ଓ ମାନସିକ କ୍ଷେତ୍ରରେ ବହୁ ଉନ୍ନତି ହୋଇଛି ବୋଲି ଅଭିଭାବକମାନେ ମତ ପ୍ରକାଶ କରିଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତା ଯସ୍ମୀନ କର, ସମସ୍ତ ଶିକ୍ଷୟିତ୍ରୀ ଓ ଦିଦିମାନଙ୍କ ସହଯୋଗରେ ଏହି ଗ୍ରୀଷ୍ମ ଶିବିରକୁ ଅତି ସୁନ୍ଦର ଭାବରେ ପରିଚାଳନା କରାଯାଇଥିଲା ।
ସେହିପରି ମେ ୨୭ ରେ ଭଞ୍ଜକଳା ମଣ୍ଡପଠାରେ ଏହି ଶିବିରର ୧୦ମ ତମ ଉଡାଣ – ୨ ଗ୍ରୀଷ୍ମ ଶିବିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପିଲାମାନେ ଚିତ୍ରାଙ୍କନ, କ୍ଲାସିକାଲ ଡ୍ୟାନ୍ସ ଓ ଫ୍ୟାସନ ସୋ ଆଦିର ପ୍ରତିଯୋଗିତା ହୋଇଥିଲା । ଏଥିରେ ବିଚାରକ ଭାବେ ବର୍ଷା ପ୍ରିୟଦର୍ଶିନୀ ଓ ଅନ୍ୟ ବିଚାରକ ଉପସ୍ଥିତ ରହି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।