ଉଦଳା RWSSର ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ଭିଜିଲାନ୍ସ ରେଡ୍‌ ବେଳେ ମିଳିଲା କେଜିଏ ସୁନା, ବିଭିନ୍ନ ସ୍ଥାନରେ ୧୨ଟି ପ୍ଲଟ୍‌

ଭୁବନେଶ୍ୱର(କେନ୍ୟୁଜ): ଭିଜିଲାନ୍ସ ଜାଲରେ ପଡ଼ିଥିବା ଉଦଳା RWSSର କୁବେର ଇଂଜିନିୟରଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ପେଡ଼ି ଖୋଲୁଛି । ଭୁବନେଶ୍ୱରରେ ଏକାଧିକ ପ୍ଲଟ୍‌ ଓ ଘର । କେଜିଏ ସୁନା ଅଳଙ୍କାର ଜବତ କରିଛି ଭିଜିଲାନ୍ସ । ଉଦଳା RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ସମ୍ପତ୍ତି ଦେଖି ତାବୁଜ ହୋଇଛି ଭିଜିଲାନ୍ସ ଟିମ୍‌ ।

ଭୁବନେଶ୍ୱର ଆଇଗିଣିଆରେ ପାଖାପାଖି ୫ ହଜାର ବର୍ଗଫୁଟର ୩ ମହଲା କୋଠା, ପାତ୍ରପଡ଼ାରେ ୨ ବିଏଚକେ ଫ୍ଲାଟ୍‌, ଖଣ୍ଡଗିରିରେ ଦୋକାନ ଅଛି । ସେହିପରି ଭୁବନେଶ୍ୱରରେ ୫ଟି, କଟକରେ ୨ଟି ଓ କେନ୍ଦ୍ରାପଡ଼ାରେ ୫ଟି ପ୍ଲଟ୍‌ ଠାବ ହୋଇଛି । ଏସବୁ ଘର ଓ ଜମିର ମୂଲ୍ୟ ୩ କୋଟିରୁ ଅଧିକ ହେବ । କେଜିଏ ସୁନା, ବିପୁଳ ପରିମାଣର ରୂପା ୨୦ରୁ ଅଧିକ ଦାମୀ ହାତ ଘଣ୍ଟା ମିଳିଛି । ସେହିପରି କୋଟିଏ ୨୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍‌ ଓ ବୀମା ଜମା ରହିଛି । ରେଡ୍‌ ବେଳେ ମିଳିଛି ନଗଦ ୨୬ ଲକ୍ଷ ୯୦ ହଜାର ଟଙ୍କା । ୪୫ ଲକ୍ଷ ଟଙ୍କାର ୪ଟି ଚାରି ଚକିଆ ଗାଡ଼ି ଜବତ କରିଛି ଭିଜିଲାନ୍ସ ।

୬ କୋଟିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି ଭିଜିଲାନ୍‌ସ। ଗତକାଲି ରବିନାରାୟଣ ପଣ୍ଡାଙ୍କର ଅଫିସ, ସରକାରୀ ବାସଭବନ ସମେତ ଏକକାଳୀନ ୮ଟି ସ୍ଥାନରେ ରେଡ୍‌ କରିଥିଲା ଭିଜିଲାନ୍ସ । ଏତେ ଟଙ୍କା ଓ ସୁନାଗହଣା ଦେଖି ଭିଜିଲାନ୍‌ସ ଅଧିକାରୀ ତାଜୁବ ହୋଇଛନ୍ତି । ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡା ଓ ତାଙ୍କ ସଂପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଉଛି । ସେ ଆଉ କେଉଁଠି ଟଙ୍କା ଲଗାଇଛନ୍ତି ତାର ବି ଖୋଳତାଡ଼ ହେଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.