ସାଧାରଣନ୍ତ୍ର ଦିବସ ପାଇଁ ଗାନ୍ଧୀମାର୍ଗରେ ଫୁଲ ଡ୍ରେସ ରିହରସଲ୍, ଚଳିତବର୍ଷ ସାମିଲ ହେବେ ୫୦ରୁ ଅଧିକ ଟ୍ରୁପ୍

ଭୁବନେଶ୍ୱର : ଦିନକ ପରେ ସାଧାରଣତନ୍ତ୍ର ଦିବସ । ରାଜ୍ୟସ୍ତରୀୟ ପରେଡ୍ ପାଇଁ ଭୁବନେଶ୍ଵର ଗାନ୍ଧିମାର୍ଗରେ ହୋଇଛି ଫୁଲ୍ ଡ୍ରେସ ରିହରସଲ୍ । ଫୁଲଡ୍ରେସ୍‌ ରିହରସାଲରେ ପୋଲିସ ମହାନିର୍ଦେଶକ ଅତିଥିଭାବେ ଯୋଗଦେଇ ପୂରା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଚଳିତ ଥର ପରେଡ଼ ନେତୃତ୍ୱ ନେଇଛନ୍ତି ଯୁବ ଆଇପିଏସ୍‌ ଭୋସଲେ ଶୁଭମ ସଞ୍ଜୟ। ସେ ଏବେ ସମ୍ବଲପୁର ଅତିରିକ୍ତ ଏସ୍‌ପି ଭାବେ କାର୍ଯ୍ୟ ତୁଲାଉଛନ୍ତି । ଏଥର ପରେଡ଼୍‌ରେ CRPF, ୧୨୦ ବାଟାଲିୟନ, ଆଇଟିବିପି, ଏଏସବିଏନ୍, ଅଗ୍ନିଶମ, ଏସଓଜି ସମେତ ୪୫ଟି ଟ୍ରୁପ୍ ଭାଗ ନେବେ । ଚଳିତବର୍ଷ ପରେଡରେ ୫୦ରୁ ଅଧିକ ଟ୍ରୁପ୍ ସାମିଲ ହେବେ। ରିହରସଲ ସମୟରେ ଡେୟାର ଡେଭିଲ୍ସ ଓ ଉତ୍କଳ ସ୍କେଟିଂ ଟିମ୍ କଳାକୌଶଳ ପ୍ରଦର୍ଶନ କରିଥିଲେ।

ଏହା ସହିତ ଓଡ଼ିଶା ସ୍କେଟିଙ୍ଗ ଏକାଡେମୀ ଦେଶାତ୍ମବୋଧକ ସଙ୍ଗୀତରେ ନୃତ୍ୟ, ଆରିୟନ ରୟାଲ ସ୍ପୋର୍ଟ୍ସ ଏକାଡେମୀ ଛାତ୍ରଛାତ୍ରୀଙ୍କ ଶିବ ତାଣ୍ଡବ, ରାୟଗଡ଼ାର ଢେମ୍‌ସା, କେନ୍ଦୁଝରର ଆଦିବାସୀ ନୃତ୍ୟ, ଘୋଡ଼ାନାଚ ଓ ପ୍ରଜ୍ଞାପନ ମେଢ଼ ପରେଡ୍‌ରେ ସାମିଲ ହୋଇଥିଲେ। ପରେଡ୍‌ ଅଞ୍ଚଳରେ ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହ ସିସିଟିଭି ନଜରରେ ରହିବ। ରାଜ୍ୟସ୍ତରୀୟ ପରେଡରେ ରାଜ୍ୟପାଳ ଅଭିବାଦନ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଗାନ୍ଧୀ ମାର୍ଗରେ ଟ୍ରାଫିକ୍ କଟକଣାକୁ କଡାକଡି କରାଯାଇଛି । ସେହପିର ରାଜ୍ୟର ମାଓପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି ।

 

ଆହୁରି ପଢନ୍ତୁ : ଓଡ଼ିଶା ହେବ ଭାରତ ବର୍ଷର ଶ୍ରେଷ୍ଠ ନିବେଶ କ୍ଷେତ୍ର, ପ୍ରଧାନମନ୍ତ୍ରୀ ୨୮ରେ କନକ୍ଲେଭର କରିବେ ଉଦଘାଟନ

 

You might also like