ମହୁମାଛି ଆକ୍ରମଣ, ସହି ନପାରି ୧୨୬ ମିଟର ଜଳକୁ ଡେଇଁଲେ ଦୁଇ ଯୁବକ

ରେଙ୍ଗାଳି/କଣିଁହା : ନିଜ ଜୀବନ ବଞ୍ଚାଇବା ପାଇଁ ୧୨୬ ମିଟର ଉଚ୍ଚ ଡ଼୍ୟାମ ଉପରୁ ଗଭିର ପାଣିକୁ ଡେଇଁଲେ ଦୁଇଜଣ ଯୁବକ ।  ଡ଼୍ୟାମ ଉପରେ ମଟର ସାଇକେଲରେ ଯାଉଥିବା ସମୟରେ ହଠାତ୍ ମହୁମାଛି ଆକ୍ରମଣ କରିଥିଲା । ମହୁମାଛି ଏଭଳି ଆକ୍ରମଣ କରିଥିଲା ଯେ ବଞ୍ଚିବା ଆଶାରେ ରେଙ୍ଗାଳି ଗ୍ରାମର ୩୨ ବର୍ଷ ଯୁବକ ଲକ୍ଷ୍ମୀଧର ସାମଲ ଏବଂ ୩୮ ବର୍ଷର ବଜ୍ରକୋଟ ଗ୍ରାମର କୃଷ୍ଣଚନ୍ଦ୍ର ମହାନ୍ତି ୧୨୬ ମିଟର ଉଚ୍ଚତା ଡ଼୍ୟାମ ଉପରପାଖରୁ ଗଭିର ଜଳରାଶିକୁ ଦୁଇ ଯୁବକ ଡେଇଁ ପଡିଥିଲେ । ଏହି ଘଟଣାରେ ଚାରିଜଣଙ୍କୁ ମହୁମାଛି ଆକ୍ରମଣ କରିଥିଲା । ଡ଼ାକ୍ତରଖାନାରେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ ତିନିଜଣଙ୍କର ଅଳ୍ପ ଖଣ୍ତିଆ ଖାବରାରେ ଚିକିତ୍ସିତ ହେଇଛନ୍ତି ।

ଅନୁଗୋଳ ଜିଲ୍ଲା ରେଙ୍ଗାଳି ସ୍ଥିତ ଓଡ଼ିଶାର ଦ୍ଵିତୀୟ ବୃହତ ଜଳଭଣ୍ଡାର ରେ ଘଟିଛି ଏଭଳି ଘଟଣା । ମହୁମାଛି ଚାରିଜଣଙ୍କୁ ଆକ୍ରମଣ କରିଥିବା ବେଳେ ଗୁରୁତର ଅବସ୍ଥାରେ ଲକ୍ଷ୍ମୀଧର  ସାମଲ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏଭଳି ଘଟଣା ଏ ଅଞ୍ଚଳରେ ପ୍ରଥମ ନୁହେଁ , ଚାରିବର୍ଷ ତଳେ ଏହି ଡ଼୍ୟାମ ଉପର ଭାଗରେ ଆଦିତ୍ୟ ପ୍ରସାଦ ମଲ୍ଲିକ ନାମକ ଜଣେ ଡ଼୍ୟାମ-ଡ଼ିଭିଜନ କର୍ମଚାରୀଙ୍କର ମହୁମାଛି ଆକ୍ରମଣରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ବ୍ରାହ୍ମଣୀ ନଦୀ ଉପରେ ଯାତାୟତର ଅନ୍ୟ କୌଣସିପ୍ରକାର ସୁବିଧା ନଥିବା ଯୋଗୁଁ ଏହି ଡ଼୍ୟାମ ଉପରେ ଭରସା କରନ୍ତି  । ନଦୀ ଦୁଇ ପାର୍ଶ୍ବର ୩୦ ରୁ ୩୫ ଟି ଗ୍ରାମ ଏବଂ ଅନୁଗୋଳ, ଢ଼େଙ୍କାନାଳ, ଦେବଗଡ, ସମ୍ବଲପୁର, କେନ୍ଦୁଝର, ରାଉରକେଲା ଆଦି ଅଞ୍ଚଳ । ବାରମ୍ବାର ଏହିଭଳି ଘଟଣା ଘଟି ଆସୁଥିଲେ ମଧ୍ୟ ଡ଼୍ୟାମ-ଡ଼ିଭିଜନ କିମ୍ବା ସରକାରଙ୍କର ତିଳେମାତ୍ର ଦୃଷ୍ଟି ପଡୁନାହିଁ । ଡ଼୍ୟାମ-ଡ଼ିଭିଜନ ରେଙ୍ଗାଳି ଅଧିକ୍ଷଣ ଯନ୍ତ୍ରୀ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ଏ ନେଇ ପଚାରିଲେ କ୍ୟାମେରା ସାମ୍ନାରେ ଚୁପ୍ ରହୁଛନ୍ତି ।

 

You might also like