ରାଜ୍ୟ

ଆମକୁ ଅଛୁଆଁ କହି ପାଖ ମଡେଇ ଦେଉନାହାନ୍ତି, ପର୍ବ ପର୍ବାଣିରେ ସାମିଲ ହେବାକୁ ବି ମନା କରୁଛନ୍ତି

ଜଳେଶ୍ୱର : ସ୍ୱାଧୀନତା ର ୭୬ ବର୍ଷ ପରେ ବି ବିତାଉଛନ୍ତି ପରାଧୀନ ଜୀବନ। ଜାତି ପ୍ରଥା ଏବଂ ସାମାଜିକ ବାସନ୍ଦ ଭଳି ପୂରୁଣା ବ୍ୟାଧିର ଶିକାର ହେଉଛନ୍ତି ଲୋକେ।ନିଚ୍ଚ ଜାତିରେ ଜନ୍ମ ହୋଇଛନ୍ତି ବୋଲି ଅଛୁଆଁ କହି ପାଖ ମଡେଇ ଦେଉନାହାନ୍ତି ଗ୍ରାମବାସୀ । ଏମିତି କି ଗାଁ ପର୍ବ ପର୍ବାଣି ,ମେଳା ମହୋତ୍ସବରେ ଏକାଠି ବସି ଖାଇବାର ଅଧିକାର ନାହିଁ। ବର୍ଷ ବର୍ଷ ଧରି ବାସନ୍ଦ ଯନ୍ତ୍ରଣା ସହି ନପାରି ଶେଷରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏମିତି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବଜାରଶୋଳ ଗ୍ରାମରେ।

ଗ୍ରାମରେ ଦିର୍ଘ ଦିନରୁ ବସବାସ କରି ଆସୁଛନ୍ତି ୪ ଟି କୈବର୍ତ୍ତ ବା କେଉଟ ପରିବାର । କେଉଟ ପରିବାରରେ ଜନ୍ମ ହେବା ଏମାନଙ୍କର କୁଆଡେ ମହାପାପ । ନା ଗ୍ରାମବାସୀଙ୍କ ସହିତ ମିଶି ପାରୁଛନ୍ତି,ନା ଗ୍ରାମର କୌଣସି କିଛି ସୁବିଧା ସୁଯୋଗ ପାଇ ପାରୁଛନ୍ତି। ଏମିତିକି ଗାଁ ଜାନି ଯାତ୍ରାରେ ମଧ୍ଯ ନିଜକୁ ସାମିଲ କରାଇ ପାରୁ ନାହାନ୍ତି ଏମାନେ । ଗ୍ରାମବାସୀ ଏହି ୪ଟି ପରିବାରକୁ ନିଆଁ ପାଣି ବାସନ୍ଦ କରିବା ସହିତ ଏକ ଘରକିଆ କରି ରଖିଛନ୍ତି। ଏମିତିକି ଜାତି ଭେଦ ରଖି ଗାଁର ଗାଡି ସେମାନଙ୍କ ଜମିକୁ ଚାଷ କରିବାକୁ ଯାଉ ନାହିଁ। କିଛି ମାସ ତଳେ ଏହି ପରିବାରରେ ଜଣକର ମୃତ୍ୟୁ ହେବା ପରେ ନୀଚ୍ଚ ଜାତି କହି ତାଙ୍କ ଶବକୁ ଛୁଇଁବାକୁ ବି କେହି ଆସିଲେନି,ଯାହା ଫଳରେ ନୀଚ୍ଚ ଜାତିରେ ଜନ୍ମ ହୋଇଥିବାରୁ ନିଜକୁ ଧିକ୍କାର କରୁଛନ୍ତି ।

ବଜାରଶୋଳ ଗ୍ରାମରେ ଉମାକାନ୍ତ ବ୍ରହ୍ମ,ପୂର୍ଣ୍ଣଚନ୍ଦ୍ର ବ୍ରହ୍ମ,ପ୍ରଦୀପ ବ୍ରହ୍ମ ଏବଂ ପ୍ରତାପ ବ୍ରହ୍ମ ଙ୍କ ପରିବାର ବହୁବର୍ଷ ଧରି ଏହି ଗ୍ରାମରେ ବସବାସ କରି ଆସୁଛନ୍ତି। ଏହି 4 ଟି ପରିବାର କେଉଟ ଏବଂ କୁଦୁମା ସମ୍ପ୍ରଦାୟର ଏହି ପରିବାରର ଲୋକେ ନୀଚ୍ଚ ଜାତିର ବୋଲି ପାଖ ମାଡି ଦିଅନ୍ତି ନାହିଁ ଗ୍ରାମବାସୀ । ପୂର୍ବରୁ ଲୋକେ ଜାତି ପ୍ରଥା ଭେଦ ଭାବ ରହି ଥିବାରୁ ସବୁ କଟକଣା ସହି ଯାଉଥିଲେ ମାତ୍ର ଏବେ ସମୟ ବଦଳିଲାନି ଜାତି ପ୍ରଥା ଭେଦ ଭାବ ଉପରେ କଟକଣା ଲଗାଇଛନ୍ତି ସରକାର। ସବୁ ବର୍ଗର ଲୋକଙ୍କୁ ସମାନ ସୁବିଧା ସୁଯୋଗ ମିଳୁଛି। ମାତ୍ର ଏହି ଗ୍ରାମର ରହିଥିବା ଭେଦ ଭାବକୁ ସହି ପାରୁ ନାହାନ୍ତି ବର୍ତ୍ତମାନର ଯୁବ ପିଢି,ତେଣୁ ଏହି ପରିବାର ଉପରେ ହେଉଥିବା ଅନ୍ୟାୟକୁ ପ୍ରତିବାଦ କରିବା ସହିତ ନ୍ୟାୟ ପାଇଁ ନିବେଦନ କରିଛନ୍ତି । ଏପଟେ କିନ୍ତୁ ଏଭଳି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ଗ୍ରାମବାସୀ ।

ନିଚ୍ଚ ଜାତିରେ ଜନ୍ମ ହେବା କଣ ଅପରାଧ, ଯାହର ଯନ୍ତ୍ରଣା ସହିବାକୁ ପଡୁଛି ବଜାରଶୋଳ ଗ୍ରାମର ଏହି ୪ ଟି ପରିବାରକୁ । ଯାହାକୁ ନେଇ ସେମାନେ ନିଜକୁ ଧିକ୍କାର କରୁଛନ୍ତି। ଏବେ ଅପେକ୍ଷା ସଭ୍ଯ ସମାଜ ର ନଜର ଆଢୁଆଳରେ ରହି ଯାଇଥିବା ଦୀର୍ଘ ବର୍ଷ ର ସମସ୍ଯା ର ସମାଧାନ କେବେ ହେଉଛି ଏବଂ ସାମାଜିକ ବନ୍ଧନ ଭିତରୁ କେବେ ମୁକୁଳୁଛନ୍ତି ଏହି ୪ ଟି ପରିବାର।

 

Sonalisa

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

13 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

14 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

18 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

20 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

25 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

33 mins ago