ମାର୍ଚ୍ଚ ଆରମ୍ଭରୁ ଟାଇଁ ଟାଇଁ ଖରା, ଆଗାମୀ ୨ଦିନ ଯାଏ ବଢିବ ତାପମାତ୍ରା

ଭୁବନେଶ୍ୱର : ମାର୍ଚ୍ଚ ଆରମ୍ଭରୁ କଲବଲ କଲାଣି ତାତି ।  ମାର୍ଚ୍ଚ ଆରମ୍ଭରୁ ହିଁ ଟାଇଁ ଟାଇଁ ଖରା, ଜନ ଜୀବନ ଅସ୍ତବ୍ୟସ୍ତ । ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରେକର୍ଡ ହୋଇଛି ।  ଆଗାମୀ ୨ଦିନ ଯାଏ ବଢିବ ତାପମାତ୍ରା । ବିଶେଷ କରି ଉପକୂଳ ଜିଲ୍ଲାମାନଙ୍କରେ ତାତି ଅଧିକ ରହିବ। ଗତକାଲି ବୌଦ୍ଧ ଓ ବଲାଙ୍ଗିରରେ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ରେକର୍ଡ଼ ହୋଇଥିବା ବେଳେ ୧୦ ସହରରେ ତାତି ୩୭ ଡିଗ୍ରୀ ସେଲସିୟସ୍ ପାର୍ କରିଥିଲା ।

ଏବେ ଉତ୍ତର ପଶ୍ଚିମ ଭାରତରୁ ରାଜ୍ୟକୁ ଗରମ ପବନ ଆସୁଛି । ଉତ୍ତର ପଶ୍ଚିମ ଭାରତରେ ବର୍ଷା ନ ହେବା ଯୋଗୁ ଗରମ ଅନୁଭୂତ ହେଉଛି । ସେଠାରୁ ଆସୁଥିବା ଗରମ ପବନ ପ୍ରଭାବରେ ରାଜ୍ୟରେ ତାତି ଅଧିକ ରହୁଛି । ଏଥର ମାର୍ଚ୍ଚ ମାସରେ ଅଧିକ ଗରମ ରହିବ । ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ଖରା ସହ ବଢିବ ଦିନ ତାପମାତ୍ରା ।

 

 

ଆହୁରି ପଢନ୍ତୁ : ୧୦ରୁ ଉର୍ଦ୍ଧ୍ବ ପଞ୍ଚାୟତବାସୀଙ୍କ ଦୁଃଖର କାରଣ ପାଲଟିଛି ଡୁବୁଡୁବି ନଦୀ, ସରୁନି ବ୍ରିଜ ନିର୍ମାଣ କାର୍ଯ୍ୟ