ବ୍ୟାଙ୍କରୁ ଋଣ ଆଣିବାକୁ ଯିବା ହେଲା କାଳ, ୧୧କେଭି ତାର ସଂସ୍ପର୍ଶରେ ଆସି ମାମୁଁ ମୃତ, ଭାଣିଜୀ ଗୁରୁତର

ନବରଙ୍ଗପୁର(କେ ନ୍ୟୁଜ):  ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଥିବା “ସମସ୍ତା ଫାଇନାନ୍ସ” ନାମକ ବେସରକାରୀ ସଂସ୍ଥାରେ ଟଙ୍କା ଋଣ ଆଣିବାକୁ ଯାଇଥିବା ବେଳେ ସେଠାରେ ଥିବା ୧୧କେଭି ତାର ସଂସ୍ପର୍ଶରେ ଆସି ମାମୁଁଙ୍କ ମୃତ୍ୟୁ ହୋଇଥିବା ବେଳେ ଭାଣଜି ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଉମରକୋଟ ବ୍ଲକ ସୁକିଗାଁର ମହାଦେବ ରାୟ, ତାଙ୍କ ଭାଣଜି ଓ ମହାଦେବଙ୍କ ମା ଋଣ ଟଙ୍କା ଆଣିବା ପାଇଁ ସମସ୍ତା ଫାଇନାନ୍ସ ନାମକ ବେସରକାରୀ ସଂସ୍ଥାକୁ ଟଙ୍କା ଋଣ ଆଣିବାକୁ ଯାଇଥିଲେ । ମହାଦେବଙ୍କ ଭାଣଜି ସେଠାରୁ ବାହାରେ ଖେଳିବା ସମୟରେ ସେଠାରୁ ଛାତ

ଉପରୁ ଯାଇଥିବା ୧୧ kv ତାର ସଂସ୍ପର୍ଶରେ ଆସିଥିଲେ । ଏହା ପରେ ମାମୁଁ ଦେଖିବା ପରେ ଭାଣିଜୀକୁ ବଞ୍ଚେଇବାକୁ ଯାଇ ମହାଦେବ ମଧ୍ୟ ବିଦ୍ୟୁତ ସଂସ୍ପର୍ଶ ଆସିଯାଇ ସେଠାରେ ମୃତ୍ୟୁ ବରଣ କରିଥିବା ବେଳେ ଭାଣିଜୀ ଗୁରୁତର ହୋଇଛନ୍ତି । ମୃତ ମାମୁଁ ମହାଦେବ ଓ ଭାଣଜିଙ୍କୁ ତୁରନ୍ତ ଉମରକୋଟ ମେଡିକାଲ କୁ ନିଆଯାଇଥିଲା ଡାକ୍ତର ମହାଦେବଙ୍କୁ ମୃତ ଘୋଷଣା କରିଥିବା ବେଳେ ଭାଣଜି ର ଚିକିତ୍ସା ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.