ନାବାଳିକାକୁ ଜଳଖିଆ ଖୁଆଇବାକୁ ନେଇ ଧରମ ମାମୁଁର ଦୁଷ୍କର୍ମ ପରେ ହତ୍ୟା ମାମଲା, ମାମୁକୁ ଆଜୀବନ କାରାଦଣ୍ଡ
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଗଣେଶ୍ୱରପୁର ଅଞ୍ଚଳରେ ନାବାଳିକାଙ୍କୁ ଜଳଖିଆ ଖୁଆଇବାକୁ ନେଇ ଧରମ ମାମୁଁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ଆଜି ପ୍ରକାଶ ପାଇଛି ରାୟ । ରାୟ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ସ୍ଵତନ୍ତ୍ର ପକ୍ସୋ କୋର୍ଟ ଜଜ ରଞ୍ଜନ କୁମାର ସୁତାର । ଏଭଳି ସ୍ପର୍ଶକାତର ଘଟଣାରେ 2 ମାସ ଭିତରେ ରାୟ ଶୁଣେଇଛନ୍ତି ମାନ୍ୟବର କୋର୍ଟ ।
ମୁଦଲା ରବି ସିଂକୁ ମାନ୍ୟବର କୋର୍ଟ 23 ଜଣ ସାକ୍ଷୀ ଓ 40 ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ 5 ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଦୁଇ ବର୍ଷ ଜେଲ୍ ଦଣ୍ଡ । ଏହାସହ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମୃତ ନାବାଳିକାଙ୍କ ପରିବାର କୁ 9 ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରିଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ।