ଦାଦାର ତୀର ମାଡ଼ରେ ପୁତୁରା ଗୁରୁତର, ଗୁଣି ଗାରେଡ଼ି ସନ୍ଦେହରୁ ଏଭଳି କରିଛି

ଆନନ୍ଦପୁର(କେନ୍ୟୁଜ୍):  ଦାଦାର ତୀର ମାଡ଼ରେ ପୁତୁରା ଗୁରୁତର । ଗୁଣି ଗାରେଡ଼ି ସନ୍ଦେହରେ ଦାଦା ପୁତୁରାକୁ ତୀର ମାଡ଼ କରିଥିବା ସୂଚନା ମିଳିଛି। ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା କନ୍ତୋ ଗାଁରେ ଘଟିଛି ଅଭାବନୀୟ ଘଟଣା । ଗୁଣିଗାରେଡି କରୁଥିବା ସନ୍ଦେହ କରି ରତ୍ନାକର ବିନ୍ଧାଣିଙ୍କୁ ତାଙ୍କ ଦାଦା ରବି ବିନ୍ଧାଣି ତିର ମାଡ କରିଥିବା ଅଭିଯୋଗ ହୋଇଛି। ତୀରଟି ଛାତିରେ ନବାଜି ହାତରେ ବାଜିଛି। ତୁରନ୍ତ ପରିବାର ଓ ସ୍ଥାନୀୟ ଲୋକ ରତ୍ନାକରକୁ ଆନନ୍ଦପୁର ମେଡ଼ିକାଲ୍‌ରେ ଭର୍ତ୍ତି କରିଛନ୍ତି। ଅନ୍ୟପକ୍ଷରେ ଖବର ପାଇ ଘଷିପୁରା ପୋଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି।.

 

Leave A Reply

Your email address will not be published.