ପ୍ରବଳ ବର୍ଷାରେ ଧସିଲା ପୋଲ : ୧୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

bridgeଗଜପତି : ପ୍ରବଳ ବର୍ଷାରେ ଧସିଲା ପୋଲ । ୧୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ । ଗଜପତି ଜିଲ୍ଲା ଗୁମ୍ମା ବ୍ଳକ୍‌ କୁଜାସିଂ ପଞ୍ଚାୟତର ଜଗନ୍ନାଥପୁରରେ ପୋଲ ଧସିଛି । ବିଳମ୍ବିତ ରାତିରେ ପୋଲ ଧସିଥିଲା । ଭୋର୍‌ ସମୟରେ ଏହି ରାସ୍ତା ଦେଇ ପାରଳାଖେମୁଣ୍ଡି ଯାଉଥିବା କିଛି ଲୋକ ଘାଇରେ ଖସି ପଡ଼ିଥିଲେ । ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ୨ବର୍ଷ ପୂର୍ବେ ଏହି ପୋଲ ନିର୍ମିତ ହୋଇଥିଲା। ପୋଲ ସହିତ ଆପ୍ରୋଚ ରୋଡ ମଧ୍ୟ ଧୋଇଯାଇଛି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ନିମ୍ନ ମାନର ନିର୍ମାଣ ଯୋଗୁ ପୋଲ ଭୁଶୁଡିଥିବା ଲେକେ ଅଭିଯୋଗ କରିଛନ୍ତି । ତେବେ ଏହାର ତଦନ୍ତ ହେବ ବୋଲି କହିଛନ୍ତି ଗଜପତି ଉପଜିଲ୍ଲାପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.