ଭୁବନେଶ୍ୱର : ସହରୀ ନକ୍ସଲିଙ୍କ ମୁଖପାତ୍ର ସାଜିଛି ପଛ ଥର 18 କୋଟି ସଦସ୍ୟ ହୋଇଥିଲେ । ପ୍ରଥମ ପର୍ଯ୍ୟାୟରେ 6 କୋଟି ସଦସ୍ୟ ଯୋଡି ହୋଇଛନ୍ତି । ଦେଢ଼ ଲକ୍ଷ ଶକ୍ତି କେନ୍ଦ୍ର, 1500 ରୁ ଅଧିକ ବିଧାୟକ,7000 ପୌରାଞ୍ଚଳ ଓ ବ୍ଲକ ପ୍ରତିନିଧି ଅଛନ୍ତି । ବିକଶିତ ଭାରତ ପାଈଁ ବିଜେପି ସହ ଯୋଡି ହୁଅନ୍ତୁ । ତାଙ୍କ ଶାସନ ବେଳେ ମୁଦ୍ରାସ୍ପୀତି 2 ଅଙ୍କ ତଳକୁ ଖାସୁ ନଥିଲା । ଆଜି ସେମାନେ ଆମକୁ ମହଙ୍ଗା କଥା କହୁଛନ୍ତି । 7.6 ଆର୍ଥିକ ଅଭିବୃଦ୍ଧି ହୋଇଛି । ମୋଦୀଙ୍କ ନେତୃତ୍ୱରେ ଆମେ 11 ନମ୍ବରରୁ ପଞ୍ଚମ ବଡ ଅର୍ଥନୀତି ହୋଇଛୁ । ଖୁଵ ଶୀଘ୍ର ତୃତୀୟ ବଡ ଅର୍ଥାନେତି ହେବ ।
97 ପ୍ରତିଶତ ମୋବାଇଲ ଭାରତରେ ତିଆରି । କଂଗ୍ରେସର 2 ଭାଇ ଭଉଣୀଙ୍କୁ ଅର୍ଥାନେତି ଜଣା ନାହିଁ । କେବଳ ମହଙ୍ଗା ଏବଂ ବେରୋଜଗାରୀ କଥା କହି କହି ନିଜେ ବେରୋଜଗାର ହୋଇ ଗଲେଣି । ଦୁନିଆର ସବୁଠୁ ବଡ ସ୍ୱାସ୍ଥ୍ୟ ବୀମା ଯୋଜନା ଭାରତରେ ଅଛି ଯେଉଁଥିରେ 55 ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି । Know bjp କ୍ୟାମ୍ପେନରେ ଯୋଡି ହେବାକୁ ଆହ୍ୱାନ ଦେଲେ ନଡ୍ଡା ।
ସହରୀ ନକ୍ସଲଙ୍କ ମୁଖପାତ୍ର ସାଜିଛି କଂଗ୍ରେସ । ଦେଶରେ ବିଭାଜନକାରୀ ଶକ୍ତିଙ୍କୁ ପ୍ରୋତ୍ସାହିତ କରିବା କାର୍ଯ୍ୟ କରୁଛି କଂଗ୍ରେସ ଦଳ । ଆଜି କଂଗ୍ରେସକୁ ସିଧା ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ଭୁବନେଶ୍ୱରରେ ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଭିଭାଷଣ ରଖିଥିଲେ। କହିଥିଲେ, ଯେବେଠାରୁ ବିଜେପି କ୍ଷମତାକୁ ଆସିଛି ସେବେଠାରୁ କଂଗ୍ରେସ ବିଚଳିତ ହୋଇ ପଡିଛି ।
କଂଗ୍ରେସ ଶାସନ କାଳରେ ଧର୍ମ ନିରପେକ୍ଷତା ନାଁରେ ଟ୍ରିପଲ ତଲାକ ଯୋଗୁଁ ମୁସଲିମ ମହିଳାଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ କରାଯାଉଥିଲା । ମୋଦି କିନ୍ତୁ ମହିଳାଙ୍କ କଲ୍ୟାଣ ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ବିଜେପି ସରକାର ଟ୍ରିପଲ ତଲାକକୁ ଉଚ୍ଛେଦ କରିଛି ଏବଂ ମୁସଲିମ ମହିଳାଙ୍କୁ ପୂର୍ବାପେକ୍ଷା ଅଧିକ ସଶକ୍ତ କରାଯାଇଛି । କଂଗ୍ରେସ ଧରା 370 ପୁଣି ଆଣିବାକୁ ପ୍ରୟାସ କରିଥିବା ଲୋକଙ୍କ ସହ ହାତ ମିଲଉଛି କଂଗ୍ରେସ । ଏ କେମିତି ବିଚାରଧାରା । ତ୍ରିପଲ ତଲାକ ହଟାଇଲୁ । ରାମ ମନ୍ଦିର ନିର୍ମାଣ ହେଲା । ଏ ହେଉଛି ଆମ ବିଚାରଧାରା ଯାହାର ପ୍ରମାଣ ଦେଇଛି ବିଜେପି ।
ଏହାସହ ଅର୍ଥନୀତି ପ୍ରସଙ୍ଗ ଉଠାଇ ପରୋକ୍ଷରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଆକ୍ଷେପ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । କହିଛନ୍ତି, ଭାରତ ଏବେ ମୋବାଇଲ ଓ ଖେଳାନା ରପ୍ତାନୀରେ ଅଗ୍ରଣୀ ଦେଶ । ଭାରତ ଏବେ ବିଶ୍ବର ପଞ୍ଚମ ବୃହତ ଅର୍ଥନୀତି । କିନ୍ତୁ ଭାଇ ଭଉଣୀ ବିକାଶ ଓ ଅର୍ଥନୀତି କଥା କିଛି ଜାଣନ୍ତି ନାହିଁ । କେବଳ ବେରୋଜଗାରୀ ଓ ମହଙ୍ଗାଇ କଥା କହୁଛନ୍ତି । କିନ୍ତୁ ସେମାନେ ଏ ବିଷୟରେ କିଛି ଜାଣନ୍ତି ନାହିଁ । ତାଙ୍କ ଶାସନ ବେଳେ ମୁଦ୍ରାସ୍ପୀତି 2 ଅଙ୍କ ତଳକୁ ଖସୁ ନଥିଲା । ଆଜି ସେମାନେ ଆମକୁ ମହଙ୍ଗା କଥା କହୁଛନ୍ତି । 7.6 ଆର୍ଥିକ ଅଭିବୃଦ୍ଧି ହୋଇଛି । ମୋଦୀଙ୍କ ନେତୃତ୍ୱରେ ଆମେ 11 ନମ୍ବର ରୁ ପଞ୍ଚମ ବଡ ଅର୍ଥନୀତି ହୋଇଛୁ । ଖୁଵ ଶୀଘ୍ର ତୃତୀୟ ବଡ ଅର୍ଥନୀତି ହେବ । 97 ପ୍ରତିଶତ ମୋବାଇଲ ଭାରତରେ ତିଆରି ହେଉଛି ।
60 ସକ୍ରିୟ ପାର୍ଟି ରହିଛି ଦେଶରେ । ବିଜେପି ଏକମାତ୍ର ବଡ ଗଣତାନ୍ତ୍ରିକ ଦଳ । ଆମର ସଦ୍ୟତା ଅଭିଯାନ ପୁରା ସ୍ଵଛ । ଗଣତାନ୍ତ୍ରିକ ଏବଂ ସ୍ୱଚ୍ଛ ପାର୍ଟି । ବୁଥ ସ୍ତରରୁ ଆରମ୍ଭ ହୋଇ ଜାତୀୟ ସଭାପତି ଯାଏଁ ନିର୍ବଚନ ଆଧାରରେ ନିଷ୍ପତ୍ତି ହୁଏ । ସେଥିପାଇଁ ଏଠି ନେତାଙ୍କ ପୁଅ ନେତା ହୁଏନି । ଗ୍ରାଉଣ୍ଡ ଜିରୋରୁ ଆସିଥିବା ଲୋକ ନେତା ହୁଏ । ବିଚରାଧାରାରେ ଚାଲୁଥିବା ବିଜେପି ଏକ ବଡ ପାର୍ଟି । ବାମ ଦଳ ସବୁ କୁଆଡେ ଗଲେ । କେରଳ ଓ ପଶ୍ଚିମବଙ୍ଗରେ ଲଢୁଛନ୍ତି, କେନ୍ଦ୍ରରେ କଂଗ୍ରେସ ସାଥି ହେଉଛନ୍ତି ।