ରାଜ୍ୟ

ଯାଜପୁର:  ରଗଡ଼ି ଜେଲର ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

ଯାଜପୁର ଟାଉନ(କେନ୍ୟୁଜ୍):  ରଗଡ଼ିସ୍ଥିତ ଯାଜପୁର ରୋଡ଼ ସବ ଜେଲ କର୍ତୁପକ୍ଷଙ୍କ ବେଫିକର ନୀତି କାରଣରୁ ସୁରକ୍ଷା ସଂପୂର୍ଣ୍ଣ ହୁଗୁଳା ହୋଇପଡ଼ିଛି । ମାସକ ତଳେ ଏହି ଲେରେ ଜଣେ ବିଚାରଧିନ ବନ୍ଦୀ ଆତ୍ମହତ୍ୟା କରିଥିବା ବେଳେ ଆଜି ଜଣେ ବିଚାରଧିନ ବନ୍ଦୀ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଜେଲ କର୍ତୁପକ୍ଷଙ୍କ ବେଫିକର ନୀତିକୁ ପଦାରେ ପକାଇ ଦେଇଛି । କିନ୍ତୁ ଏନେଇ ଜେଲ କର୍ତୁପକ୍ଷ ପାଟି ଖୋଲୁନଥିବା ବେଳେ ମିଳିଥିବା ଖବର ମତେ ଆତ୍ମହତ୍ୟା ଉଦ୍ୟମ କରିଥିବା ବନ୍ଦୀଜଣକୁ ଚିକିତ୍ସା ନିମନ୍ତେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ବନ୍ଦୀ ସତ୍ୟବ୍ରତ ଖିଲାର ହୋଇଥିବା ବେଳେ ତାଙ୍କ ଘର ଭଦ୍ରକ ଅଞ୍ଚଳରେ ବୋଲି ଜଣାପଡ଼ିଛି ।

ଗତ ୪ମାସ ତଳେ କୈା÷ଣସି ମାମଲାରେ ଗିରଫ ହୋଇ ରଗଡ଼ି ଜେଲରେ ବିଚାରଧିନ ବନ୍ଦୀ ଭାବେ ରହିଛନ୍ତି । ଆଜି ଜେଲରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ପରେ  ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନର ଖବର ମତେ କଏଦୀ ଜଣକ  ବିପଦମୁକ୍ତ ରହିଛି । ତେବେ ରଗଡ଼ି ଜେଲରେ ବିଚାରଧିନ ବନ୍ଦୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା କର୍ତବ୍ୟରତ ଅଧିକାରୀ ଏବଂ କର୍ମଚାରୀଙ୍କ ଦାୟିତ୍ୱହୀନତାକୁ  ପଦାରେ ପକାଇ ଦେଇଛି ।

ମାସକ ତଳେ ଅର୍ଥାତ ଗତମାସ ୨୨ ତାରିଖରେ ବନ୍ଦୀ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ଅନ୍ତର୍ଗତ ଭଗବାନଗୋଲା ଥାନା ଶିଶାତାଲା ଚରଣାତାନପୁରା ଗ୍ରାମର ଇରଫାନ୍ ଅଲ୍ଲିଙ୍କ ପୁଅ ହନିଫ୍ ଶେଖ୍‌(୨୩) ଜେଲ ଭିତରେ ଥିବା ସ୍କାଏଲାଇଟରେ ନିଜର ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲା । ପୂର୍ବରୁ ମଧ୍ୟ ଏହି ଜେଲରୁ ବନ୍ଦୀ ଖସିଯିବା ଏବଂ ଖସିବାକୁ ଉଦ୍ୟମ କରିଥିବାର ନଜୀର ରହିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଜେଲ ଉଚ୍ଚ  କର୍ତ୍ତୃପକ୍ଷଙ୍କ ଏଥିପ୍ରତି ନଜର ପଡ଼ୁନି । ଅଧିକାରୀଙ୍କ ଦାୟୀତ୍ୱ ହିନତା କାରଣରୁ ଏଭଳି ଘଟୁଥିବା ଅଭିଯୋଗ ହେଉଛି ।

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

10 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

15 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago