କୋର୍ଟ ପରିସରରୁ ବିଚାରାଧୀନ କଏଦୀ ଚମ୍ପଟ, କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ସନ୍ଦେହ ସୃଷ୍ଟି

ବରଗଡ଼ : କୋର୍ଟ ପରିସର ରୁ ବିଚାରାଧିନ କଏଦୀ ଫେରାର ।  ପୋସ୍କୋ କେଶରେ ବିଚାରାଧୀନ କଏଦୀ ଭାବେ ବରଗଡ଼ ଜେଲରେ ଥିବା ବରଗଡ଼ ସଦର ଥାନା ଅନ୍ତର୍ଗତ ସୟାଁ ଗ୍ରାମର ବାବାଜୀ ଛୁରିଆ ନାମକ ଜଣେ ୨୩ ବର୍ଷୀୟ କେଏଦୀ ଆଜି ବରଗଡ଼ କୋର୍ଟ ପରିସରରୁ ଫେରାର ହୋଇଛନ୍ତି ।  ସୂଚନା ଅନୁଯାୟୀ ବରଗଡ଼ ସଦର ଥାନାରେ ସୟା ଗ୍ରାମର ବାବାଜୀ ଛୁରିଆଙ୍କ ନାମରେ ୨୦୨୧ ମସିହା ଅଗଷ୍ଟ ୩ ତାରିଖରେ ଜଣେ ନାବାଳିକାଙ୍କୁ ଧର୍ଷଣ କରିଥିବା ନେଇ କେଶ ନମ୍ବର ୨୦୪ ରେ ଏକ ମାମଲା ରୁଜୁ ହୋଇଥିଲା ।  ତେବେ ସଦର ପୋଲିସ ଅଭିଯୁକ୍ତ ବାବାଜୀ ଛୁରିଆ ଓରଫ ବାବା କୁ ଗୋଟିଏ ମାସ ପରେ୨୦୨୧ ସେପ୍ଟେମ୍ବର ୯ ତାରିଖରେ ଗିରଫ କରି କୋର୍ଟ ପଠାଇଥିଲା ।

କୋର୍ଟରେ ଜାମିନ ନାମଞ୍ଜୁର ହେଵା ପରେ ବରଗଡ଼ ଜେଲରେ ୨୦୨୧ ମସିହା ରୁ ବିଚାରାଧୀନ କଏଦୀ ଭାବେ ରହିଥିବା ବାବାଜୀ ଛୁରିଆ ଆଜି  କୋର୍ଟରେ ହାଜର ହେବା ସମୟରେ ମଉକା ର ଫାଇଦା ଉଠାଇ କୋର୍ଟ ପରିଷରରୁ ଫେରାର ମାରିଛି । ବରଗଡ଼ ଜେଲରୁ ଆଜି ୧୫ ଜଣ କେଏଦୀଙ୍କୁ ୧୨ ଜଣିଆ ପୋଲିସ ଏସ୍କଟ ଟିମ କୋର୍ଟରେ ହାଜର କରିବାକୁ ଗାଡ଼ିରେ ନେଇଯାଇଥିଲେ ।  ତେବେ ପୋସ୍କୋ କୋର୍ଟରେ ହାଜର ହେବାକୁ ଥିବା କଏଦୀ ବାବାଜୀ ଛୁରିଆ ହଠାତ କୋର୍ଟରୁ ଦୌଡ଼ି ଫେରାର ମାରିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି ।  କଡା ସୁରକ୍ଷା ଭିତରେ କିପରି ଜଣେ କଏଦୀ ଫେରାର ହୋଇଯିବ ସେନେଇ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି କରୁଛି ।

You might also like