ଗଞ୍ଜାମ: ସ୍ୱାଧୀନତାର ୭୦ ବର୍ଷ ପରେ ବି ଅବହେଳିତ ଗାଁ, ଯେଉଁଠି ନାହିଁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନର ସୁବିଧା

ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର ଅବହେଳିତ ଗାଁ ବାଲିନାଳ । ନା ଅଛି ରାସ୍ତାଘାଟ ନା ପିଇବା ପାଣିର ସୁବିଧା । ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ସବୁଥିରେ ଅବହେଳିତ ଏହି ଗାଁ । ବାରମ୍ବାର ପ୍ରଶାସନକୁ ଗୁହାରି ପରେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉ ନାହନ୍ତି । କେବଳ କାଗଜ କଲମରେ ସମିତି ରହିଯାଇଛି ବିକାଶ

ଆହୁରି ପଢନ୍ତୁ କାଲିଫର୍ଣ୍ଣିୟାରେ ଭୟଙ୍କର ଭୂମିକମ୍ପ, ଲୋକେ ହେଲେ ଆତଙ୍କିତ

ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଗଞ୍ଜାମ ଜିଲ୍ଲା ସୋରଡା ବ୍ଳକର ବାଲିନାଳ ଗାଁ । ଗାଁଟି ପଞ୍ଚାୟତ ଠାରୁ ୫ କିଲୋମିଟର ଓ ବ୍ଳକ ଠାରୁ ୫୦ କିଲୋମିଟର ଦୂରରେ ଅବସ୍ଥିିତ । ରାସ୍ତାଘାଟ, ପାନୀୟଜଳ, ଶିକ୍ଷା ସ୍ୱାସ୍ଥ୍ୟ ସବୁ କ୍ଷେତ୍ରରେ ଅବହେଳିତ । ମୁଖ୍ୟ ସମସ୍ୟା ପାଲଟିଛି ରାସ୍ତାଘାଟ । ଗାଁକୁ ଯିବାକୁ ହେଲେ  ଖାଲଢିପ ରାସ୍ତା ଦେଇ ଯିବାକୁ ପଡେ । ଆବଶ୍ୟକ ବେଳେ ଆମ୍ବୁଲାନ୍ସଟିଏ ମଧ୍ୟ ଏ ରାସ୍ତାରେ ଆସି ପାରେନାହିଁ । ବାରମ୍ବାର ଗୁହାରୀ ପରେ ପ୍ରସାଶନର ଏଥିପ୍ରତି ନିଘା ନାହିଁ ।

ଆହୁରି ପଢନ୍ତୁ ଡ୍ରେନ ନିର୍ମାଣ ପାଇଁ ଗଛ କାଟୁଥିଲେ ଠିକାଦାର, ବିରୋଧ କରି ଗ୍ରମବାସୀ…

ଗାଁରେ ପ୍ରାୟ ୪୫ଟି ପରିବାରର ବାସ କରନ୍ତି । ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ପେଟ ପୋଷନ୍ତି ଏଠାକାର ଲୋକେ । ଏଯାଏ ଗାଁର ଲୋକ କୌଣସି ଭତ୍ତା ପାଇନାହାନ୍ତି କି ଆବାସ ଯୋଜନାରେ ଘରଟିଏ ପାଇନାହାନ୍ତି । ବିଦ୍ୟୁତ ସେବା ନଥିବାରୁ ଗାଁଲୋକ ଅନ୍ଧାରରେ ରହୁଛନ୍ତି । ସେପଟେ ସମସ୍ୟା ସମ୍ପର୍କରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରଯାଇଛି । ଖୁବଶୀଘ୍ର ଗାଁଲୋକଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଗାଁରେ ଶୀଘ୍ର ସମସ୍ତ ମୌଲିକ ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.