କରୋନା କାଳରେ କୁସଂସ୍କାରକୁ ରୋକିବା ନେଇ ସବ୍ୟସାଚ୍ଚୀଙ୍କ ଭିଡିଓ ବାର୍ତ୍ତାକୁ ପ୍ରଶଂସା କଲା ୟୂନିସେଫ୍, ଭିଡିଓ କଲା ଟ୍ବିଟ

କେନ୍ୟୁଜ୍(ବ୍ୟୁରୋ):  ରିଲ ହିରୋ ନୁହେଁ ସେ ରିଅଲ ହିରୋ। ମିଷ୍ଠି ଭାଷାରେ ମନ କିଣି ନେଉଥିବା ଚକଲେଟ ହିରୋ ଏବେ ଓଡିଶା ପାଇଁ ଗର୍ବ ଆଣି ଦେଇଛନ୍ତି। କରୋନା କାଳରେ ଲୋକଙ୍କୁ ସଚେନତ ରହିବା ଓ  ଲକଡାଉନ ସମୟରେ ଅସହାୟଙ୍କ ନିକଟରେ ଛିଡା  ହେବା ଭଳି  ମହତ କାମ କରି ଏବେ ଚର୍ଚ୍ଚାରେ ଅଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ। ମାନବ ସେବା ଦିଗରେ ଗୋଟିଏ ପରେ ଗୋଟିଏ ପ୍ରଶଂସନୀୟ କାମ କରି ସାରା ଓଡିଶାର ହୃଦୟ ଜିତିଥିବା ସବ୍ୟ ଏବେ ବିଶ୍ବ ସ୍ତରରେ ନାଁ କମାଇଛନ୍ତି।

ବେଶି ବୁଲେଇ ବଙ୍କେଇ ନକହି ସିଧା ସଧା କହିବାକୁ ଚାହୁଁଛୁ ଯେ ଓଡିଶାର ଏକ ମାତ୍ର ଚଳଚ୍ଚିତ୍ର ଜଗତର ନାୟକ ଏବେ ବିଶ୍ବ ସ୍ତରର ସଂସ୍ଥା ୟୂନିସେଫର ଆଇଡଲ ପାଲଟିଛନ୍ତିା ଖୋଦ ୟୂନିସେଫ ଟ୍ବିଟ କରି ସବ୍ୟଙ୍କ କରୋନା କାଳରେ କୁସଂସ୍କାରକୁ ରୋକିବା ନେଇ ଜାରି କରିଥିବା ଭିଡିଓ ବାର୍ତ୍ତାକୁ ପ୍ରଶଂସା କରିଛି। । ସବ୍ୟ ନିକଟରେ ଜଣେ ସହଯୋଗୀ କଳାକାର ଫଳ ବ୍ୟବସାୟ କରୁଥିବାର ଗଣମାଧ୍ୟମରେ ଖବର  ପାଇବା ପରେ ତାଙ୍କୁ ସହଯୋଗର ହାତ ବଢାଇଥିଲେ। ଯାହାକୁ ନେଇ ସାରା ଓଡିଶାରେ ବେଶ୍ ପ୍ରଶଂସା  ସାଉଣ୍ଟିଥିଲେ । ଏବେ ୟୂନିସେଫର ଏଭଳି ଟ୍ବିଟ ସବ୍ୟଙ୍କ ପାଇଁ ଏକ ଗର୍ବର ବିଷୟ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.