କେନାଲରେ ଭାସୁଛି ଅଜଣା ମୃତଦେହ, ଦୁର୍ଘଟଣା ନା ଆତ୍ମହତ୍ୟା ବଢୁଛି ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): କେନାଲରେ ଭାସୁଛି ଅଜଣା ମୃତଦେହ। ବାଲିଅନ୍ତା ଥାନା ସିଙ୍ଗଡ଼ା ଭୋଇ ସାହି ନିକଟ ଗୋପ ଶାଖା କେନାଲରେ ଭାସୁଛି ଯୁବକଙ୍କ ମୃତଦେହ। ଆଜି ସକାଳୁ କେନାଲରେ ମୃତଦେହ ଦେଖି ଲୋକେ ବାଲିଅନ୍ତା ପୋଲିସକୁ ଖବର ଦେଇଥିଲେ। ମୃତଦେହଟି କାହାର ଏବଂ ଏଠାକୁ କିପରି ଆସିଛି ତାହା ଜଣାପଡ଼ି ନାହିଁ ।
ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି। ମୃତଦେହଟି ଜଣେ ଯୁବକର । ବୟସ ୩୦ ରୁ ୩୫ ହେବ । ଏହା ଏକ ଦୁର୍ଘଟଣା କି ହତ୍ୟା ତାହା ସ୍ପଟ ହୋଇ ନାହିଁ ।