ମିଳୁନି ମୃତଦେହର ପରିଚୟ: ସଠିକ ସୂଚନା ଦେଲେ ମିଳିବ ୨୫ ହଜାର ପୁରସ୍କାର, ପୋଷ୍ଟର ରିଲିଜ୍ କଲା ପୋଲିସ

ଭୁବନେଶ୍ୱର : ମିଳୁନି ମୃତଦେହର ପରିଚୟ, ପୋଷ୍ଟର ରିଲିଜ୍ କଲା ପୋଲିସ ।  ମୃତକଙ୍କ ସଠିକ ପରିଚୟ ଦେଲେ ମିଳିବ ୨୫ ହଜାର ଟଙ୍କା ପୁରସ୍କାର ରାଶି ।  ଏନେଇ କମିଶନରେଟ ପୋଲିସ ପକ୍ଷରୁ ଏକ  ବିଜ୍ଞପ୍ତି ଜାରି କରାଯାଇଛି ।  ଭୁବନେଶ୍ବର ମଞ୍ଚେଶ୍ବର ରେଳ ଡବା କାରଖାନା ପାଖ ଫୁଟବଲ ପଡ଼ିଆରୁ ମିଳିଥିବା  ମୃତଦେହର ପରିଚୟ ଏଯାଏ ମିଳିପାରିନାହିଁ ।

ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସେହି ମୃତକଙ୍କ ଶରୀରେ ଥିବା  କିଛି ସାମଗ୍ରୀକୁ ଆଧାର କରି ମୃତକଙ୍କୁ ଚିହ୍ନଟ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି । ମୃତକଙ୍କ ହାତ ଘଣ୍ଟା, ରୁମାଲ ଓ ବେଲ୍ଟ ସହ ଫୁଲ ପ୍ୟାଣ୍ଟ ଓ ପିନ୍ଧିଥିବା ଜୋତାର ଫଟୋ ଜାରି କରିଛି ପୋଲିସ । ଏସବୁ ଜିନିଷରୁ ମୃତକଙ୍କ ସମ୍ପର୍କରେ ସଠିକ ସୁଚନା ଦେଲେ ୨୫ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ରାଶି ଦିଆଯିବ ବୋଲି କମିଶନରେଟ ପକ୍ଷରୁ କୁହାଯାଇଛି ।

 

ଆହୁରି ପଢ଼ନ୍ତୁ :  ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗ୍ରାମ କୃଷି କର୍ମଚାରୀ ଗିରଫ