ଅଜଣା ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର, ତଦନ୍ତ କରୁଛି ପୋଲିସ

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ ଅନ୍ତର୍ଗତ ପେଟାପାଙ୍ଗା ପଞ୍ଚାୟତ ବେଲକଟି ଗ୍ରାମର ଚୁଆ ନିକଟରେ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଜି ଉଦୟଗିରି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି । ସୂଚନା ଅନୁଯାୟୀ, ପେଟାପାଙ୍ଗା ପଞ୍ଚାୟତର ଜଣେ ମହିଳା  ସକାଳେ ଗାଧୋଇବା ପାଇଁ ଚୁଆକୁ ଯାଇଥିବାବେଳେ ଅଜଣା ବୃଦ୍ଧଙ୍କ ମୃତଦେହ ଚୁଆ ନିକଟରେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ସେ ପେଟାପାଙ୍ଗା ପୂର୍ବତନ ସରପଞ୍ଚ ପ୍ରଭାକର ପ୍ରଧାନଙ୍କୁ ଜଣାଇଥିଲେ । ପ୍ରଭାକର ଜି ଉଦୟଗିରି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳକୁ ପୋଲିସ ପହଞ୍ଚି ଶବ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।  ତେବେ ଏପର୍ଯ୍ୟନ୍ତ ମୃତ ବୃଦ୍ଧର ପରିଚୟ ମିଳି ପାରିନାହିଁ ।

You might also like