ସୀମା ଚିହ୍ନଟ ହୋଇନଥିବାରୁ ପରିତ୍ଯକ୍ତ କୂଅରେ ପଡି ଠିକଣା ମାଗୁଛି ଅଜଣା ମୃତଦେହ, ହାତବାନ୍ଧି ବସିଛି ପୋଲିସ୍

କରଞ୍ଜିଆ: ପରିତ୍ଯକ୍ତ କୂଅରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ଓଡିଶା ଓ ଝାରଖଣ୍ଡ ସୀମା ନିକଟରେ ଥିବା ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଜାମୁଣାଳିଆ ଗାଁ ନିକଟରୁ ଏକ କୂଅରୁ ଏପରି ଏକ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି। କିଛି ଦୁର୍ବୁତ୍ତ ହତ୍ୟାପରେ ଏଠାରେ ଆଣି ଫିଙ୍ଗିଦେଇଥିବା ଅନୁମାନ କରୁଛନ୍ତି ତ କିଛି ଆତ୍ମହତ୍ଯା ବୋଲି କହୁଛନ୍ତି ।

ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ସତ ଦୁଃଖର କଥା ଆଜିକୁ ଦୁଇ ଦିନ ବିତିଯାଇଥିଲେ ମଧ୍ୟ ଶବକୁ ଉଦ୍ଧାର କରାଯାଇ ନାହିଁ । ଜମି ସୀମା ଚିହ୍ନଟ ହୋଇ ନପାରିଥିବାରୁ ଏବେ ଝାରଖଣ୍ଡ ଓ ରରୁଆଁ ପୋଲିସ ପହଁଚି ହାତବାନ୍ଧି ବସିଥିଲା । ତାଙ୍କ ସହିତ ଉଭୟ ରାଜ୍ୟର ଅମିନ ମଧ୍ଯ ପହଁଥିଲେ।

ଗତକାଲି ଗୋରୁ ଚରାଉଥିବା ବେଳେ ସ୍ଥାନୀୟ ଲେକମାନେ ଦେଖି ପୋଲିସକୁ ଖବର ଦେଇଥିଲେ । ଆଜି ମୃତଦେହ ବାହାର କରିବା ପରେ ହିଁ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବା ସହିତ ମୃତ୍ୟୁ ବ୍ୟକ୍ତିଙ୍କ ପରିଚୟ ମିଳିଛି । ତଦନ୍ତ କରାଯିବାପରେ ମୃତ ବ୍ୟକ୍ତି ଜଣଙ୍କ ଘଷିପୁର ଥାନା ଅଞ୍ଚଳର ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.