କୂଆଖାଇ ନଦୀରେ ଭାସୁଛି ମୃତଦେହ, ଉଦ୍ଧାର ପରେ ମିଳିଲା ପରିଚୟ

କଟକ(କେନ୍ଯୁଜ୍): ମଙ୍ଗଳବାର ଅର୍ଥାତ୍ ଆଜି ସକାଳେ କଟକ ଜିଲ୍ଲା ଅନ୍ତର୍ଗତ କୂଆଖାଇ ନଦୀରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକମାନେ ମୃତଦେହକୁ ନଦୀରେ ଭାସୁଥିବା ଦେଖି ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ।
ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ତେବେ ମୃତକଙ୍କ ପରିଚୟ ନେଇ ପୋଲିସ୍ ପଚରାଉଚରା ଆରମ୍ଭ କରିଥିଲା। ଏହାପରେ ଜଣାପଡିଥିଲା କି ମୃତ ଯୁବକ ଜଣଙ୍କ ବାଲେଶ୍ବର ବସ୍ତା ଅଞ୍ଚଳର ସୁରେଶ ଆଦେକ୍। ସେ ବହୁଦିନ ହେବ ରସୁଲଗଡ ଅଞ୍ଚଳରେ ରହି ଆସୁଥିବାବେଳେ, ପେସାରେ ଜଣେ ଅଟୋ ଚାଳକ।
ଅନ୍ଯପଟେ ମଂଚେଶ୍ବର ପୋଲିସ ଶବ ଉଦ୍ଧାର କରିବାପରେ କ୍ଯାପିଟାଲ ହସ୍ପିଟାଲକୁ ବ୍ଯବଛେଦ ପାଇଁ ପଠାଇବା ସହିତ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।