ଅଚିହ୍ନI ଯୁବକକୁ ଉଦ୍ଧାର କଲେ ଗ୍ରାମବାସୀ, ଯୁବକ ଜଣକ ନିଜର ପରିଚୟ ଦେଉନଥିବା ସନ୍ଦେହ

ଦାରିଙ୍ଗବାଡ଼ି (କେନିୟୁଜ) : ସାରା ଦେଶରେ ଏବେ ଲକଡାଉନ ଘରୁ ଆବଶ୍ୟକ ନଥିଲେ କେହି ଘରୁ ବାହାରୁ ନାହାନ୍ତି। ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗୁମିକିଆ ପଞ୍ଚାୟତରେ ଜଣେ ଅଚିନ୍ନା ଯୁବକ ବୁଲୁଥିବା ଦେଖିବାକୁ ମିଳିଛି । ଅଚିନ୍ନା ଯୁବକ ଜଣକ ଟେମ୍ବୁଲି ଗ୍ରାମ ନିକଟ ଏକ ଝରଣାରେ ବୁଲୁଥିବା ଜଣେ ବ୍ୟକ୍ତି ଦେଖିଥିଲା । କୋରନା ଭାଇରସ ପାଇଁ ଲୋକେ ଘରୁ ବାହାରୁ ନଥିବା ବେଳେ ଲକ ଡାଉନ ପରିସ୍ଥିତି । ଏପେଟେ ଅଜଣା ବ୍ୟକ୍ତି ଜଣକ କିଭଳି ଏହି ଅଞ୍ଚଳକୁ ଆସିଲା ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯୁବକ ଜଣକୁ ଗ୍ରାମର କେତେଜଣ ଯୁବକ ଯାଇ ଟେମ୍ବୁଲି ଝରଣା ନିକଟରୁ ଉଦ୍ଧାର କରିଥିଲେ ।

ପରେ ଅଚିହ୍ନI ଯୁବକକୁ ଉଦ୍ଧାର କରି ଗ୍ରାମପଞ୍ଚାୟତରେ ରଖିଥିଲେ । ଯୁବକ ଜଣକୁ ପଚାରିବାରୁ ସେ ନିଜ ନାମ ଗୌତମ ଗଜାବିଷ କହୁଥିବା ବେଳେ ବାପାଙ୍କ ନାମ ଘନଶ୍ୟାମ ଗଜାବିଷ କହିଛି ହେଲେ ନିଜ ପାଖରେ କୌଣସି ପ୍ରମାଣ ପତ୍ର ନଥିବାରୁ ଲୋକଙ୍କ ମନରେ ସନ୍ଦେହ ହେଉଥିବା କହିଛନ୍ତି ସରପଞ୍ଚ ପ୍ରତିନିଧି ନିର୍ବାଚନ ପ୍ରଧାନ,ଲିମନ ଦିଗାଲ ପ୍ରମୁଖ। ଏପଟେ ଯୁବକ ନିଜର ବଲାଙ୍ଗୀର ଜିଲ୍ଲାର ଭାଗମୁଣ୍ଡା ଥାନା କପିଳାଭଟ ଗ୍ରାମ କହୁଥିବା ବେଳେ, ସେ ରାଇପୁର ଠାରୁ ଛତିଶଗଡ଼ ଟ୍ରେନରେ ଯାଉଥିଲା ବୋଲି କହୁଛି ।

କେତେବେଳେ କଣ କହୁଛି ତାହା ଆହୁରି ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ଯେଉଁଭଳି ବିଶ୍ଵରେ କୋରୋନା ମହାମାୟି ବ୍ୟାପିବାରେ ଲାଗିଛି ।ଅନ୍ୟ ଗ୍ରାମର ଲୋକଙ୍କୁ ଗ୍ରାମକୁ ପୁରାଇ ଦେଉନାହାନ୍ତି। ଏଭଳି ସ୍ଥିତିରେ ଅଞ୍ଚଳରେ ଭୟ ଖେଳି ଯାଇଛି। ତୁରନ୍ତ ପ୍ରଶାସନ ଏହି ଯୁବକକୁ ଉଦ୍ଧାର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ବର୍ତମାନ ସୁଧା ଲକ ଡାଉନ ଥିବାରୁ ପଞ୍ଚାୟତରେ ଅଟକ ରହିଛି ଯୁବକ ତାକୁ ଗ୍ରାମର କିଛି ଯୁବକ ଖାଇବାକୁ ଦେବା ସହ ନୂତନ ପୋଷାକ ଏବଂ ନୂତନ ଚପଲ ଦେଉଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.