ଖୋର୍ଦ୍ଧା ବେଙ୍ଗିଟାଙ୍ଗି ଜଙ୍ଗଲ ଭିତରେ କାହାର ଶବ ପୋତାଯାଇଛି? ଉଦ୍ଧାର କରି ତଦନ୍ତ କରିବ ପୋଲିସ

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧା ବେଙ୍ଗିଟାଙ୍ଗି ଜଙ୍ଗଲ ଭିତରେ ପୋତାଯାଇଛି  ଶବ। ଗତ କାଲି ସ୍ଥାନୀୟ ଲୋକେ ଦୁର୍ଗନ୍ଧ ହେଉଥିବା ଦେଖି ପୋତାଯାଇଥିବା ସ୍ଥାନକୁ  ଖୋଳିଥିଲେ । ପରେ ସେଠାରୁ ଏକ ବ୍ୟକ୍ତିଙ୍କ ହାତ ବାହାରିଥିଲା ଯାହାକୁ ଦେଖି ସ୍ଥାନୀୟ ଲୋକେ ଭୟଭିତ ହୋଇ ସଦର ଥାନାକୁ ଜଣାଇବା ପରେ ଘଟଣା ସ୍ଥଳରେ ସଦର ଥାନା ଆଇଆଇସି ଏବଂ ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

ରାତି ତମାମ ପୋଲିସ ପୋତାଯାଇଥିବା ମୃତ ଦେହ ସ୍ଥାନକୁ ଜଗିଥିଲେ । ଏବେ ସାଇଣ୍ଟିଫିକ ଟିମ ଏବଂ ମାଜିଷ୍ଟ୍ରେଟ ପହଞ୍ଚିଛନ୍ତି । ତାଙ୍କ ଉପସ୍ଥିତରେ ମୃତ ଦେହକୁ ଖୋଳାଯିବ । ତେବେ ମୃତ ଦେହଟି କାହାର ଆଉ କିଏ ଏଠାରେ ପୋତିଛି ସେନେଇ ଏବେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.