ରାଜ୍ୟ

୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ, ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଓଡ଼ିଶା ଗସ୍ତରେ ଆସି ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି ।ଏହି ଦୁଇ ଦିନିଆ ଗସ୍ତ ସମୟରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଶ୍ରୀମତୀ ସୀତାରମଣ ପୁରୀ ଜିଲ୍ଲା ବୀରହରେକୃଷ୍ଣପୁରସ୍ଥିତ ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରୁ ସେ ପୁରୀ ଅଭିମୁଖେ ଗସ୍ତ କରିବେ ।ପୁରୀରେ ରାତିରେ ରହିବେ। ଗୁରୁବାର ସକାଳୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ଯାଇ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ଏହାପରେ ପୁରୀର ପେଣ୍ଠକଟା ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀ ସଦାଶିବ କ୍ୟାମ୍ପସ ପରିସରରେ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ ସାମିଲ ହେବା ସହ ବୃକ୍ଷରୋପରଣ କରିବେ ।

ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ସେ ବୀରହରେକୃଷ୍ଣପୁରସ୍ଥିତ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରି ଭୁବନେଶ୍ୱର ଫେରି ଆସିବେ । ଗୁରୁବାର ଅପରାହ୍ନରେ କେନ୍ଦ୍ର ଅର୍ଥମନ୍ତ୍ରୀ ଭୁବନେଶ୍ୱରଠାରେ କୁଇ ଓ ଦେଶୀୟ ଭାଷା ଉପରେ ଆଧାରିତ ଏକ ପୁସ୍ତକ ଉନ୍ମୋଚନ କରିବେ ଓ ପ୍ରାୟ ୫ଟାରେ ସୋଆ ବିଶ୍ୱବିଦ୍ୟାଳୟ ସଭାଗୃହଠାରେ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିବେ । ଗୁରୁବାର ରାତିରେ ଶ୍ରୀମତୀ ସୀତାରମଣ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ଅର୍ଥମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବିରଞ୍ଚି ନାରାୟଣ ତ୍ରିପାଠୀ, ସାଧାରଣ ସଂପାଦକ ଶାରଦା ଶତପଥୀ, ଯତୀନ ମହାନ୍ତି ଉପସ୍ଥିତ ଥିଲେ।

Barsha

Recent Posts

ଗଛରେ ପିଟି ହେଲା ବସ୍ , ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ

ଭଂଜନଗର (କେନ୍ୟୁଜ): ରାସ୍ତାକଡ଼ ଗଛରେ ପିଟି ହେଲା ଯାତ୍ରୀବାହୀ ସରକାରୀ ବସ୍ । ପ୍ରାୟ ୩୦ ରୁ ଊର୍ଦ୍ଧ୍ବ ଯାତ୍ରୀ…

4 mins ago

ରଜରେ ସୁନା କିଣିବାକୁ ଚାହୁଁଥିଲେ ସୁବର୍ଣ୍ଣ ସୁଯୋଗ, ଆଜି କମିଛି ଗହଣା ଦର

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

19 mins ago

ରଙ୍ଗ ସାଇଟରେ ଆସି ଟ୍ରକକୁ ଧକ୍କା ଦେଲା ବାଇକ, ଜଣେ ମୃତ ୨ ଗୁରୁତର

ଭଦ୍ରକ (କେନ୍ୟୁଜ); ରଜରେ ଅଘଟଣ । ଭଦ୍ରକ ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ତ୍ରିଶଳପୁର ଛକ ନିକଟରେ ଘଟିଛି…

28 mins ago

ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟକୁ ଅନୁମୋଦନ, ସ୍ନାନ ପୂର୍ଣ୍ଣିମା ଦିନ ଭୋର ୪ଟାରୁ ୬ଟା ମଧ୍ୟରେ ପହଣ୍ଡି

ପୁରୀ (କେନ୍ୟୁଜ): ଜୁନ୍ ୧୭ ରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ଅନୁମୋଦନ କରିଛି…

42 mins ago

ଚର୍ଚ୍ଚ ପରିସରରେ ବିସ୍ଫୋରଣ ଘଟଣା, ବୋମା ନୁହେଁ ଥିଲା ସର୍ଟ ବାଣ

କଟକ (କେନ୍ୟୁଜ): କଟକ ସୂତାହାଟ ବଡ଼ ଗିର୍ଜାରେ ଶୁକ୍ରବାର ବୋମାମାଡ଼ ହୋଇଥିବା ନେଇ ସୂଚନା ମିଳିଥିଲା । ରାତି ପାଖାପାଖି…

50 mins ago

G-7 ସମ୍ମିଳନୀରେ ମୋଦି କ୍ରେଜ୍; ଦ୍ବି ପାକ୍ଷିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ କଲେ ଆଲୋଚନା

ନୂଆଦିଲ୍ଲୀ : G-7 ସମ୍ମିଳନୀରେ ମୋଦି କ୍ରେଜ୍ । ଜି-୭ର ସମସ୍ତ ରାଷ୍ଟ୍ରମୁଖ୍ୟଙ୍କୁ ସମ୍ମିଳନୀ ଅବସରରେ ଦ୍ବିପାକ୍ଷିକ ଭେଟି ଆଲୋଚନା…

1 hour ago