କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବିରୋଧରେ ଦୁଇ ସରକାରୀ ଅଫିସର୍‌ଙ୍କୁ ପିଟିଥିବା ଅଭିଯୋଗ: ଖଣ୍ଡନ କଲେ ମନ୍ତ୍ରୀ

ବାରିପଦା(କେନ୍ୟୁଜ୍): କେନ୍ୟୁଜ୍  କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବିରୋଧରେ ଗୁରୁତର ଅଭିଯୋଗ । ଦୁଇ ଜଣ ସରକାରୀ ଅଫିସର୍‌ଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ବାରିପଦା ତକତପୁର ସ୍ଥିତ ଅଫିସରେ ସେମାନଙ୍କୁ ସାଂସଦ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଏଥିରେ ଦୁଇ ଅଧିକାରୀ ଅଶ୍ୱିନୀ କୁମାର ମଲ୍ଲିକ, ଓ ଦେବାଶିଷ ମହାପାତ୍ର ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଚୌକିରେ ସାଂସଦ ପିଟିଥିବା ଅଭିଯୋଗ ହୋଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

ଏପଟେ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ମାଡ଼ ମାରିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସଫେଇ ଦେଇଛନ୍ତି । ସରକାରୀ ଅଧିକାରୀଙ୍କୁ ଆଲୋଚନା କରିବାକୁ ଡାକିଥିବା ବିଶ୍ୱେଶ୍ୱର ଟୁଡୁ କହିଛନ୍ତି ।

 

 

Leave A Reply

Your email address will not be published.