କେନ୍ଦ୍ରାପଡ଼ାରେ କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କୁ ଅଣ୍ଡା ମାଡ଼

କେନ୍ଦ୍ରପଡ଼ା(କେନ୍ୟୁଜ୍‌) : ପ୍ରତିବାଦର ପରମ୍ପରାରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ ଅଣ୍ଡାମାଡ଼ । ଯେଉଁଠି ଦେଖିବେ ଅଣ୍ଡାମାଡ଼ରେ କରାଯାଉଛି ପ୍ରତିବାଦ । ଆଜି କେନ୍ଦ୍ରାପଡ଼ାରେ କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ହୋଇଛି ଅଣ୍ଡା ମାଡ଼ । ଅଣ୍ଡା ମାଡ଼ କରିଛନ୍ତି ବିଜେଡି କର୍ମୀ ।

କେନ୍ଦ୍ରାପଡ଼ା କଲେଜ ଛକ ନିକଟରେ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ହୋଇଛି ଅଣ୍ଡା ମାଡ଼ ।କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ବାଟରେ ଅଣ୍ଡାମାଡ କରାଯାଇଛି । ଅଣ୍ଡା ମାଡ଼ ପରେ ବିଜେଡି କର୍ମୀମାନେ ନବୀନ ପଟ୍ଟନାୟକ ଜିନ୍ଦାବାଦ ଲାରା ଲଗାଇଥିଲେ ।

ପ୍ରକାଶଯୋଗ୍ୟ ଯେ ଗତକାଲି ବିଜେପି କର୍ମୀମାନେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅଣ୍ଡାମାଡ କରିବା ସହ କଳାପତାକା ଦେଖାଇଥିଲେ । ମନ୍ତ୍ରୀ ପ୍ରତାପ ଜେନା ସରକାରୀ ବାଳିକା ହାଇସ୍କୁଲ ସଭାସ୍ଥଳକୁ ଦଳୀୟ କର୍ମୀଙ୍କ ସହ ଯାଉଥିବା ବେଳେ ବିରୋଧୀ ବିରୋଧ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.