ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣୀ କୁଅଁରଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାର ପ୍ରାଚୀନ କଳା ତଥା କାଠ କଣ୍ଢେଇ ନୃତ୍ୟକଳାକୁ ବଞ୍ଚାଇ ରଖିବା ଦିଗରେ ମାଗୁଣୀ କୁଅଁରଙ୍କ ପ୍ରତିବଦ୍ଧତା ଅବର୍ଣ୍ଣନୀୟ । କଣ୍ଢେଇ ନୃତ୍ୟ ମାଧ୍ୟମରେ ଓଡ଼ିଶାକୁ ଜାତୀୟ ସ୍ତରରେ ପରିଚିତ କରାଇଥିବାରୁ ଆମେ ତାଙ୍କ ପାଇଁ ଗର୍ବିତ ।

ନୂଆଦିଲ୍ଲୀ(କେନ୍ୟୁଜ୍): ନୂଆଦିଲ୍ଲୀରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କେନ୍ଦୁଝରର କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁରଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ପ୍ରାଚୀନ କଳା ତଥା କାଠ କଣ୍ଢେଇ ନୃତ୍ୟକଳାକୁ ବଞ୍ଚାଇ ରଖିବା ଦିଗରେ ମାଗୁଣୀ କୁଅଁରଙ୍କ ପ୍ରତିବଦ୍ଧତା ଅବର୍ଣ୍ଣନୀୟ । କଣ୍ଢେଇ ନୃତ୍ୟ ମାଧ୍ୟମରେ ଓଡ଼ିଶାକୁ ଜାତୀୟ ସ୍ତରରେ ପରିଚିତ କରାଇଥିବାରୁ ଆମେ ତାଙ୍କ ପାଇଁ ଗର୍ବିତ । ଏହି ଅନନ୍ୟ କଳା ପ୍ରତିଭା ଲୋକକଳାର ସଂରକ୍ଷଣ ଦିଗରେ ସମାଜକୁ ଅନୁପ୍ରାଣିତ କରିବ ବୋଲି ମୋର ବିଶ୍ୱାସ ବୋଲି ଟ୍ଵିଟ୍‌ କରି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.