ଉପରାଷ୍ଟ୍ରପତିଙ୍କୁ ଭେଟି ବିଦାୟକାଳୀନ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଲ୍ଲେଖନୀୟ ସେବା ପାଇଁ ଜଣାଇଲେ କୃତଜ୍ଞତା

କେନ୍ୟୁଜ୍(ବ୍ୟୁରୋ): କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ଭେଙ୍କେୟା ନାଇଡ଼ୁଙ୍କୁ ନୂଆଦିଲ୍ଲୀ ଠାରେ ବ୍ୟକ୍ତିଗତ ଭାବେ ଭେଟି ବିଦାୟକାଳୀନ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ କୃତଜ୍ଞତା ଜଣାଇଛନ୍ତି ।

ତାଙ୍କ କାର୍ଯ୍ୟକାଳର ଶେଷ ଦିନରେ  ଉପରାଷ୍ଟ୍ରପତିଙ୍କୁ ଭେଟିବା ଅବସରରେ ଧର୍ମେନ୍ଦ୍ର ଟ୍ୱିଟ୍ କରି କହିଛନ୍ତି ଯେ ଷ୍ଟେଟ୍ସ ମ୍ୟାନ  ଭେଙ୍କେୟାଙ୍କ ଉଭୟ ଲୋକସଭା ଏବଂ ରାଜ୍ୟସଭା ଗୃହରେ ସେବା କାର୍ଯ୍ୟ ଥିଲା ଅନନ୍ୟ । ଶ୍ରୀ ନାଇଡୁ ଗଣତାନ୍ତ୍ରିକ ପରମ୍ପରାକୁ ଉର୍ଦ୍ଧ୍ୱରେ ରଖି ଗୃହ କାର୍ଯ୍ୟକୁ ଯେପରି ପରିଚାଳନା କରିଥିଲେ, ସେଥିପାଇଁ ସେ ଜନପ୍ରିୟ ହେବା ସହ ସବୁ ଦଳ ଦ୍ୱାରା ପ୍ରଶଂସାର ପାତ୍ର ହୋଇଥିଲେ । ତାଙ୍କ ଭଳି ଜଣେ ଆଦର୍ଶ ଓ ବିଦ୍ୱାନ ବ୍ୟକ୍ତିଙ୍କ ସ୍ନେହ ଓ ପାଣ୍ଡିତ୍ୟର ମୁଁ ଲାଭ ପାଇଛି । ସଂସଦରେ ତାଙ୍କର ଉଚ୍ଚାରଣ ଶୈଳୀ ଏବଂ ଉପାଖ୍ୟାନ ସ୍ମରଣୀୟ ହୋଇ ରହିବ । ଶ୍ରୀ ନାଇଡୁଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ନିରନ୍ତର ମାର୍ଗଦର୍ଶନ ଆଗକୁ ମଧ୍ୟ ରହିବା ନେଇ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.