ଖୁବ ଶୀଘ୍ର ବୁଷ୍ଟର ଡୋଜ ନେଇ ସୁସ୍ଥ ରହିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶାବାସୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିବେଦନ। ଖୁବ ଶୀଘ୍ର ବୁଷ୍ଟର ଡୋଜ ନେଇ ସୁସ୍ଥ ରହିବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଜୁଲାଇ ୧୫ରୁ ଆରମ୍ଭ ହୋଇଥିବା ୭୫ ଦିନିଆ ସ୍ୱତନ୍ତ୍ର ଅଭିଯାନରେ ସାମିଲ ହୋଇ ବୁଷ୍ଟର ଡୋଜ୍‌ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟର ୮୭% ନାଗରିକ ଏଯାଏ ବୁଷ୍ଟର ଡୋଜ୍‌ ନେଇ ନାହାନ୍ତି। ଅଗଷ୍ଟ ୪ ତାରିଖ ସୁଦ୍ଧା ଓଡ଼ିଶାରେ ୩ କୋଟି ୨୩ ଲକ୍ଷ ନାଗରିକ ପ୍ରଥମ ଓ ଦ୍ୱିତୀୟ ଡ଼ୋଜ କୋଭିଡ ଟିକା ନେଇସାରିଛନ୍ତି। ୪୨ ଲକ୍ଷ ୩୪ ହଜାର ଜଣ ବୁଷ୍ଟର ଡୋଜ୍‌ ନେଇଛନ୍ତି। ୬ଟି ଜିଲ୍ଲା କଟକ, ଖୋର୍ଦ୍ଧା, ଜଗତସିଂପୁର, ସୁନ୍ଦରଗଡ଼, ପୁରୀ ଏବଂ ଅନୁଗୁଳରେ ୧୦% ବରିଷ୍ଠ ନାଗରିକ ପ୍ରଥମ ଡୋଜ୍‌ ଟିକା ନେଇ ନାହାନ୍ତି।

୮ଟି ଜିଲ୍ଲାରେ ପାଖାପାଖି ୨୫ ଲକ୍ଷ ନାଗରିକ ଦ୍ୱିତୀୟ ଡୋଜ୍‌ ଟିକା ନେଇ ନାହାନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। କୋଭିଡ୍‌ ମହାମାରୀକୁ ପ୍ରତିହତ କରିବା ପାଇଁ ଏକମାତ୍ର ଅସ୍ତ୍ର ହେଉଛି ଟିକା। କାଳ ବିଳମ୍ବ ନ କରି ତୁରନ୍ତ ନିକଟସ୍ଥ ସରକାରୀ ଚିକିତ୍ସାଳୟକୁ ଯାଇ ବୁଷ୍ଟର ଡୋଜ୍‌ ନେବାକୁ ସେ ପରାମର୍ଶ ଦେଇଛନ୍ତି। ବୁଷ୍ଟର ଡୋଜ ନେଇ ସ୍ୱାସ୍ଥ୍ୟକର୍ମୀ ଓ ବୈଜ୍ଞାନିକଙ୍କ ପରିଶ୍ରମକୁ ଉଚିତ ସମ୍ମାନ ଦେବାକୁ ସେ ନିବେଦନ କରିଛନ୍ତି। କୋଭିଡ଼ ବୁଷ୍ଟର ଡୋଜ୍‌ ଟିକା ନେବା କ୍ଷେତ୍ରରେ ଜାତୀୟ ହାର ଠାରୁ ଓଡ଼ିଶାର ହାର କମ ଥିବା ନେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.