ଭୁବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତ୍ରିରଙ୍ଗା ପଦଯାତ୍ରରେ ହେଲେ ସାମିଲ

ଢେଙ୍କାନାଳ(କେନ୍ୟୁଜ୍): ଭୁବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତ୍ରିରଙ୍ଗା ପଦଯାତ୍ରରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ । ଆଜି ସକାଳୁ ଭୁବନ କାଳିବଜାର ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଭୁବନ ଠାରୁ ନୀଳକଣ୍ଠପୁର ଗାଁ ପର୍ଯ୍ୟନ୍ତ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହୋଇଛନ୍ତି।

ପଦଯାତ୍ରାରେ ଶହଶହ ସଂଖ୍ୟକ ବିଜେପି ନେତା ଓ କର୍ମୀ ସାମିଲ ହୋଇଥିଲେ । ସେଠାରେ ସର୍ବ କନିଷ୍ଠ ସହିଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତରେ ମାଲ୍ୟାର୍ପଣ କରିବା ସହିତ ଢେଙ୍କାନାଳରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗ ଦେବେ ଧର୍ମେନ୍ଦ୍ର । ଭୁବନରେ ପହଞ୍ଚିବା ପରେ ବିଜେପି ନେତା ଓ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.